ଆନ୍ଧ୍ରପ୍ରଦେଶର ରାଜଧାନୀ ହେବ ‘ଅମରାବତୀ’

ଅମରାବତୀ,୧୧।୬: ଆନ୍ଧ୍ରପ୍ରଦେଶର ରାଜଧାନୀ ହେବ ଅମରାବତୀ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଦିନକ ପୂର୍ବରୁ ବିଜୟଓ୍ବାଡାରେ ଆୟୋଜିତ ଏନ୍‌ଡିଏ ବିଧାୟକ ଦଳ ବୈଠକରେ ଏହା ସ୍ପଷ୍ଟ କରିଛନ୍ତି ଚନ୍ଦ୍ରବାବୁ ନାଇଡୁ। ସେହିଭଳି ବିଶାଖାପାଟଣା ରାଜ୍ୟର ଆର୍ଥିକ ରାଜଧାନୀ ହେବ ବୋଲି ସେ କହିଛନ୍ତି।

ଚନ୍ଦ୍ରବାବୁ କହିଛନ୍ତି, ଏଭଳି କୌଣସି ପରିସ୍ଥିତି ନାହିଁ ଯେଉଁଠାରେ ଆମେ ୩ଟି ରାଜଧାନୀ ସହ ରାଜ୍ୟର ଭବିଷ୍ୟତ ସହ ଖେଳିବା। ଆମର ରାଜଧାନୀ ଅମରାବତୀ ଅଛି ଏବଂ ରହିବ। ବିଶାଖାପାଟଣା ଆର୍ଥିକ ରାଜଧାନୀ ହେବ। ଏହାକୁ ବିକଶିତ ସହର ଭାବେ ନିର୍ମାଣ କରାଯିବ।

Share
Tags: National