କ୍ୟାରିୟର ତ ଦୂରର କଥା, ‘ବିଗ୍‌ବସ୍‌’ ବିଜେତାଙ୍କୁ ଛଅ ମାସରେ ଭୁଲି ଯାଆନ୍ତି ଲୋକେ

ବମ୍ବେ: ଟେଲି ପରଦାର ଲୋକପ୍ରିୟ ରିଆଲିଟି ଶୋ’ ମଧ୍ୟରୁ ବିଗ୍‌ବସ୍‌ ଗୋଟିଏ। ହୋଷ୍ଟ ସଲମାନ୍‌ ଖାନ୍‌ଙ୍କ ଲୋକପ୍ରିୟତା ସହ ପ୍ରତିଯୋଗୀଙ୍କ ତୁ ତୁ ମେଁ ମେଁ ଦର୍ଶକଙ୍କୁ ମନୋରଞ୍ଜନର ଭରପୂର ଖୋରାକ ଦେଇଥାଏ। ଏହାଛଡ଼ା ଦର୍ଶକେ ନିଜ ମନ ପସନ୍ଦର କଳାକାର ବ୍ୟକ୍ତିଗତ ଜୀବନରେ କିଭଳି ତାହା ଜାଣିପାରନ୍ତି। ଅନେକ ସମୟରେ ଶୋ’ ଏକ ସାଧାରଣ ଚେହେରାକୁ ପରିଚିତ କରାଇଥାଏ ବୋଲି କୁହାଯାଇଥାଏ। ହେଲେ ଏହା ମିଥ୍ୟା ବୋଲି କହିଛନ୍ତି ଅଭିନେତା ଅମନ ବର୍ମା।

ବିଗ୍‌ ବସ୍‌ ଏଭଳି ଏକ ଶୋ’ ଯାହାକୁ ଜିତିବା ପରେ ମଧ୍ୟ ଲୋକପ୍ରିୟତା ବେଶି ଦିନ ରହି ନ ଥାଏ। ମାତ୍ର ଛଅ ମାସ ପରେ ଆଗାମୀ ସିଜନ ଆରମ୍ଭ ହେବା ପରେ ପ୍ରତିଯୋଗୀଙ୍କୁ ଲୋକେ ଭୁଲିଯାଆନ୍ତି। ଏଣୁ ବିଗ୍‌ବସ୍‌ କାହାର କ୍ୟାରିୟର କରିଦିଏ ଭାବିବା ଭୁଲ। ଏଭଳି ହୋଇ ନ ଥାଏ ବୋଲି ଅମନ କହିଛନ୍ତି।

ବିଭିନ୍ନ ଟେଲିଭିଜନ ଶୋ’ରେ କାମ କରିଛନ୍ତି ଅମନ। ସେଥିରେ କୁମକୁମ ଏବଂ କ୍ୟୁକି ଶାଶ୍‌ ଭି କଭି ବହୁ ଥି’ ଭଳି ଧାରାବାହିକ ରହିଛି। ଏହାବ୍ୟତିତ ସେ ବିଗ୍‌ବସ୍‌ର ୯ମ ସିଜନ୍‌ରେ ଭାଗ ନେଇଥିଲେ।