Categories: ଖେଳ

ଅଲ୍‌ଭାରେଜଙ୍କୁ ସୁପର-ମିଡିଲଓ୍ବେଟ୍‌ ଟାଇଟଲ

ସାନ୍‌ ଆଣ୍ଟୋନିଓ, ୨୧ା୧୨ (ଏପି): ଅଲାମୋଡମଠାରେ ପୂର୍ବରୁ ଅପରାଜିତ ରହିଥିବା କାଲମ ସ୍ମିଥ୍‌ଙ୍କୁ ପରାସ୍ତ କରି ମେକ୍ସିକୋ ବକ୍ସର କାନେଲୋ ଅଲ୍‌ଭାରେଜ ଡବ୍ଲ୍ୟୁବିଏ ଓ ରିଙ୍ଗ୍‌ ସୁପର ମିଡିଲଓ୍ବେଟ୍‌ ଚାମ୍ପିୟନଶିପ୍‌ ଏବଂ ଖାଲିପଡ଼ିଥିବା ଡବ୍ଲ୍ୟୁବିସି ସୁପର ମିଡିଲଓ୍ବେଟ୍‌ ଟାଇଟଲ ଜିତିଛନ୍ତି। ଚଳିତବର୍ଷରେ ତାଙ୍କର ଏହି ଏକମାତ୍ର ବାଉଟ୍‌ରେ ଅଲ୍‌ଭାରେଜ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଦୁଇଜଣ ଜଜ୍‌ ଏହି ବାଉଟ୍‌ରେ ୧୧୯-୧୦୯ ଏବଂ ତୃତୀୟ ଜଜ୍‌ ୧୧୭-୧୧୧ ସ୍କୋର ଦେଇଥିଲେ। ତେବେ ସର୍ବସମ୍ମତି ନିଷ୍ପତ୍ତିରେ ଅଲ୍‌ଭାରେଜ ବିଜୟୀ ଘୋଷିତ ହୋଇଥିଲେ। ୫ ଫୁଟ୍‌ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଅଲ୍‌ଭାରେଜ ୬.୩ ଫୁଟ୍‌ ଉଚ୍ଚ ସ୍ମିଥ୍‌ଙ୍କ ବିପକ୍ଷରେ ଆକ୍ରମଣାତ୍ମକ ରଣନୀତି ଆପଣାଇଥିଲେ। ଅଲ୍‌ଭାରେଜ ପୂର୍ବରୁ ଆର୍ଲିଙ୍ଗଟନଠାରେ ଏଟିଆଣ୍ଡ୍‌ଟି ଷ୍ଟାଡିୟମରେ କାଲମଙ୍କ ବଡ଼ ଭାଇ ଲିଆମ୍‌ଙ୍କୁ ପରାସ୍ତ କରିଥିଲେ। ଅନେକଙ୍କ ମନରେ ଧାରଣା ସୃଷ୍ଟି ହୋଇଥିଲା ଯେ, ୯ରାଉଣ୍ଡ ବିଶିଷ୍ଟ ନକ୍‌ ଆଉଟ୍‌ ପାଇଁ କାଲମ ପ୍ରତିଶୋଧ ନେବେ। ମାତ୍ର ଯୁବ ବକ୍ସର ସ୍ମିଥ୍‌ଙ୍କ ବିପକ୍ଷରେ ଅଲ୍‌ଭାରେଜ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଚଳିତ ବର୍ଷ କୋଭିଡ୍‌ କଟକଣା ଯୋଗୁ ଅଲ୍‌ଭାରେଜ ଓ ସ୍ମିଥ୍‌ଙ୍କ ମଧ୍ୟରେ ଏହା ପ୍ରଥମ ମୁକାବିଲା ହୋଇଥିଲା।

Share