ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ୨୦୨୭ ଜନଗଣନା ପାଇଁ କେନ୍ଦ୍ର ବଜେଟରେ ୬,୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କୋଭିଡ୍ ମହାମାରୀ ଯୋଗୁ ଜନଗଣନା ପ୍ରାୟ ୬ ବର୍ଷ ବିଳମ୍ବ ହୋଇଥିବା ବେଳେ ଆଗାମୀ ଏପ୍ରିଲ ୧ରୁ ଏହି ମେଗା ଗଣନାର ୧୬ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପାର୍ଲାମେଣ୍ଟରେ ୨୦୨୬-୨୭ ବଜେଟ ଉପସ୍ଥାପନ କରିବା ବେଳେ ଜନଗଣା, ସର୍ଭେ ଏବଂ ପରିସଂଖ୍ୟାନ/ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ (ଆର୍ଜିଆଇ) ପାଇଁ ୬,୦୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା କହିଛନ୍ତି।