ଜେଇଇ-ଆଡ୍‌ଭାନ୍ସଡ୍‌ରେ ଆଲେନର ବାଜିମାତ

ଭୁବନେଶ୍ୱର,୩।୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତବର୍ଷ ମଧ୍ୟ ଆଲେନ (ଆଲେନ କ୍ୟାରିଅର ଇନ୍‌ଷ୍ଟିଚ୍ୟୁଟ ପ୍ରାଇଭେଟ ଲିମିଟେଡ୍‌)ର ଛାତ୍ରୀଛାତ୍ରମାନେ ଜେଇଇ-ଆଡ୍‌ଭାନ୍ସଡ୍‌ ୨୦୨୫ର ଫଳାଫଳରେ ବାଜିମାତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆଇଆଇଟି କାନପୁର ପକ୍ଷରୁ ଜେଇଇ-ଆଡ୍‌ଭାନ୍ସଡ୍‌ ୨୦୨୫ର ଫଳାଫଳ ଘୋଷଣା କରାଯାଇଛି।

ଏହି ଫଳାଫଳ ଅନୁଯାୟୀ ଆଲେନ ଉଭୟ ସର୍ବଭାରତୀୟସ୍ତର ଓ ଭୁବନେଶ୍ୱର ଓଡ଼ିଶାରେ ଉତ୍କୃଷ୍ଟ ଫଳାଫଳ ପ୍ରଦାନ କରିଛି। ଏହି ପରିପ୍ରେକ୍ଷୀରେ ଆଲେନ ଭୁବନେଶ୍ୱର ସେଣ୍ଟର ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ସେଣ୍ଟର ଏବଂ ଷ୍ଟେଟ ଟପ୍ପରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏ ନେଇ ଆଲେନ ଭୁବନେଶ୍ୱରର କେନ୍ଦ୍ର ମୁଖ୍ୟ ରଜନୀଶ ଶ୍ରୀବାସ୍ତବ କହିଛନ୍ତି, ଆମେ ଆମର ଶ୍ରେଷ୍ଠ ଫଳାଫଳ ହାସଲ କରି ବେଶ୍‌ ଉତ୍ସାହିତ ଅଛୁ। ଆଲେନ ଭୁବନେଶ୍ୱର କେନ୍ଦ୍ରର ହଂସ ଦାରୁକା ଜେଇଇ-ଆଡ୍‌ଭାନ୍ସଡ୍‌ ୨୦୨୫ ଫଳାଫଳରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କ (ଏଆଇଆର) ୩୯ ହାସଲ କରିଛନ୍ତି। ସେହିପରି ଏହି କେନ୍ଦ୍ରରୁ ନବନୀତ ପ୍ରିୟଦର୍ଶୀ ଏଆଇଆର-୯୭, ସମନ ପୋଦ୍ଦାର ଏଆଇଆର-୭୧୧ ଏବଂ ଶ୍ରେୟସ ସାମନ୍ତରୀ ଏଆଇଆର-୧୦୦୦ ହାସଲ କରିଛନ୍ତି। ସେହିଭଳି ଆଲେନ କ୍ୟାରିଅର ଇନ୍‌ଷ୍ଟିଚ୍ୟୁଟର ସିଇଓ ନୀତିନ କୁକ୍ରେଜା କହିଛନ୍ତି, ଆଲେନ କେବଳ ଅଲ୍‌ ଇଣ୍ଡିଆ ଟପ୍ପର୍‌ ସୃଷ୍ଟି କରିନାହିଁ ବରଂ ଟପ୍‌-୧୦ରେ ମଧ୍ୟ ୪ଟି ସ୍ଥାନ ହାସଲ କରିଛି। ଅପରପକ୍ଷରେ ଆଲେନର କୋଟା ସେଣ୍ଟର ଛାତ୍ର ଲଗାତର ୨ୟ ବର୍ଷ ପାଇଁ ଅଲ୍‌ ଇଣ୍ଡିଆ ଟପ୍ପର ତାଲିକାରେ ସାମିଲ ହୋଇଛନ୍ତି।