ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି । ଧର୍ମଶାଳା ଜିଲା ଜେନାପୁର ଥାନା ଗଡମଧୁପୁର ପଞ୍ଚାୟତର ଏକ ଫାର୍ମହାଉସ ନିକଟରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏହି ଘଟଣାରେ ଏକାଧିକ ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ଆକ୍ରମଣରେ ଏକାଧିକ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ହେଉଥିବା ବେଳେ 3 ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏନେଇ ଚିକିତ୍ସିତ ହେଉଥିବା ସୁନିଲ ପଣ୍ଡାଙ୍କ ଭାଇ ସୁମନ୍ତ ପଣ୍ଡା ଜେନାପୁର ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, ସୁନିଲ ପଣ୍ଡା ତାଙ୍କ ଗାଡି ନେଇ କୌଣସି କାମ ସାରି ଚଢେଇଧରାରୁ  ଘର ଅଭିମୁଖେ ଫେରୁଥିବା ବେଳେ ଏହି ସମୟରେ ପନ୍ତୁରି ନିକଟରେ କିଛି ଯୁବକ ସେମାନଙ୍କୁ ଅଟକାଇ ମାଡ଼ ମାରିବା ସହିତ ଭଙ୍ଗାରୁଜା କରୁଥିଲେ । ଅପରପକ୍ଷେ ଅନ୍ୟ ଗୋଷ୍ଠୀର ଲୋକେ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି । ସେମାନେ ଫାର୍ମ ହାଉସରେ ଭୋଜି କରୁଥିବା ସମୟରେ ତାଙ୍କ ଉପରେ ରାଜନୈତିକ ଅକ୍ରୋସରୁ ଆକ୍ରମଣ ହୋଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

 

Dharitri – Odisha’s No.1 Odia Daily

Share