ବାଲେଶ୍ୱର,୨୪।୯(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ଥାନା ଅଞ୍ଚଳରେ ମଙ୍ଗଳବାର ଅମାନବୀୟ ଘଟଣା ଘଟିଛି। ନିଜର ହିତାହିତ ଜ୍ଞାନ ଭୁଲି ଜଣେ ଯୁବକ ଏକ ଗାଈ ସହ ଅପ୍ରାକୃତିକ ଯୌନକ୍ରିୟା କରିବା ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକେ ଉକ୍ତ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ସମ୍ପୃକ୍ତ ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି।
ପ୍ରକାଶ ଯେ, ସଦର ଥାନା ଅଧୀନ ମେଘଡମ୍ବରୁ ଅଞ୍ଚଳରେ ଏକ ନିର୍ମାଣାଧୀନ ଏକ ଆପାର୍ଟମେଣ୍ଟରେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ୪୦ରୁ ୫୦ ଜଣ ରାଜମିସ୍ତ୍ରି ଓ ଶ୍ରମିକ କାର୍ଯ୍ୟ କରୁଛନ୍ତି। ଶ୍ରମିକମାନେ ସେଠାରେ ରହିଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଏକ ଗାଈ ସହ ଅପ୍ରାକୃତିକ ଯୌନ କ୍ରିୟା କରୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଲୋକେ ରୁଣ୍ଡ ହୋଇ ଯୁବକ ଜଣକୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।