ଏନ୍‌ସିଡବ୍ଲ୍ୟୁକୁ କ୍ଷମା ମାଗିଲେ ଆଲ୍ଲାହାବାଦିଆ

ନୂଆଦିଲ୍ଲୀ, ୮।୩ (ପି.ଟି.): ୟୁଟ୍ୟୁବ୍‌ ଶୋ’ ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ଚର୍ଚ୍ଚିତ ୟୁଟ୍ୟୁବର୍‌ ରଣବୀର ଆଲ୍ଲାହାବାଦିଆ ଓ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଅପୂର୍ବା ମୁଖିଜା ଶୁକ୍ରବାର ଜାତୀୟ ମହିଳା ଆୟୋଗ (ଏନ୍‌ସିଡବ୍ଲ୍ୟୁ)କୁ ଲିଖିତ ଭାବେ କ୍ଷମା ମାଗିଛନ୍ତି। ଏନେଇ ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷା ବିଜୟା ରାହାତକର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏକ ଅନ୍‌ଲାଇନ ଶୋ’ରେ ଉଭୟ ଦେଇଥିବା ମନ୍ତବ୍ୟ ଆଦୌ ଗ୍ରହଣୀୟ ନ ଥିଲା। ଏହାର ସାମାଜିକ ପ୍ରଭାବକୁ ଦୃଷ୍ଟିରେ ରଖି ଉଭୟଙ୍କୁ ଏନ୍‌ସିଡବ୍ଲ୍ୟୁ ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ତେବେ ଦୁହେଁ ଉକ୍ତ ଘଟଣା ପାଇଁ ନିଜ ଭୁଲ୍‌ ସ୍ବୀକାର କରିବା ସହ ଏନ୍‌ସିଡବ୍ଲ୍ୟୁକୁ କ୍ଷମା ମାଗିଛନ୍ତି।