କୃଷ୍ଣ ଜନ୍ମଭୂମି ଏବଂ ଶାହି ଇଦଗା ମସଜିଦ ବିବାଦର ଶୁଣାଣି ଆଜି

ପ୍ରୟାଗରାଜ,୧୦।୧୧: ମଥୁରାର କୃଷ୍ଣ ଜନ୍ମଭୂମି ଏବଂ ଶାହି ଇଦଗା ମସଜିଦ ବିବାଦରେ ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲା ଉପରେ ଆହ୍ଲାବାଦ ହାଇକୋର୍ଟ ବୁଧବାର ରାୟ ପ୍ରଦାନ କରିବେ।
ଜନସ୍ବାର୍ଥ ଯାଚିକାରେ ବିବାଦୀୟ ପରସର ହିନ୍ଦୁମାନଙ୍କୁ ହସ୍ତାନ୍ତର କରିବାକୁ ଏହି ପିଟିସନରେ ଦାବି କରାଯାଇଛି। ଦ୍ୱିପ୍ରହର ପ୍ରାୟ ୨ଟାରେ କୋର୍ଟ ଏହି ପ୍ରସଙ୍ଗରେ ଚୂଡାନ୍ତ ରାୟ ପ୍ରକାଶ କରିବେ। ପ୍ରଧାନ ବିଚାରପତି ପ୍ରୀତିଙ୍କେର ଦିୱାକେର ଓ ଜଷ୍ଟିସ ଆଶୁତୋଷ ଶ୍ରୀବାସ୍ତବଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିବେ। ସେପ୍ଟେମ୍ବର ୪ରେ ଏହି ମାମଲାର ରାୟ କୋର୍ଟ ସଂରକ୍ଷଣ କରିଥିଲେ।

Share