କରଣ ଜୋହରଙ୍କ ଫିଲ୍ମରେ ନଜର ଆସିବେ ଏହି ସବୁ ଅଭିନେତ୍ରୀ

କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ଙ୍କୁ ଦର୍ଶକ ଅପେକ୍ଷା କରି ରହିଛନ୍ତି। ଏହି ଫିଲ୍ମରେ ରଣଭୀର ସିଂ ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହି ସମୟରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ , ଜାହ୍ନବୀ କପୁର ଏବଂ ଅନନ୍ୟା ପାଣ୍ଡେ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ।

ଏକ ରିପୋର୍ଟ ଅନୁଯାୟୀ, ଏହି ତିନିଜଣ ଅଭିନେତ୍ରୀଙ୍କୁ ‘ରକି ଔର ରାନୀ କି ପ୍ରେମ କାହାନୀ’ରେ ଏକ ଅଇଟମ ଡ୍ୟାନ୍ସ ନମ୍ବରର ଅଂଶ ହେବେ। ତେବେ ଶୁଟିଂ ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି। କୁହାଯାଉଛି କି , ଫିଲ୍ମଟି ଆସନ୍ତା ବର୍ଷ ୧୦ ଫେବୃଆରୀ ୨୦୨୩ରେ ରିଲିଜ୍‌ ହେବ।