Categories: ବାଣିଜ୍ୟ

ଅଲ୍‌ ନ୍ୟୁ ୟେଜ୍‌ଦି ରୋଡ୍‌ଷ୍ଟର୍‌ର ଅନାବରଣ, ଯୁବବର୍ଗଙ୍କୁ କରିବ ଆକୃଷ୍ଟ

ଭୁବନେଶ୍ୱର,୧୨ା୮: କ୍ଲାସିକ୍‌ ଲିଜେଣ୍ଡସ ପ୍ରାଇଭେଟ ଲିମିଟେଡ୍‌ର ପ୍ରମୁଖ ବ୍ରାଣ୍ଡ ତଥା ଜାଓ୍ବା ୟେଜ୍‌ଦି ମୋଟରସାଇକେଲର ବହୁ ପ୍ରତୀକ୍ଷିତ ମଡେଲ ‘ଅଲ ନ୍ୟୁ ୟେଜ୍‌ଦି ରୋଡ୍‌ଷ୍ଟର (୨୦୨୫ ୟେଜ୍‌ଦି ରୋଡ୍‌ଷ୍ଟର)’ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୁମ୍ବାଇଠାରେ ମଙ୍ଗଳବାର କମ୍ପାନୀ ପକ୍ଷରୁ ଏକ ସ୍ବତନ୍ତ୍ର ସମାରୋହର ଆୟୋଜନ କରାଯାଇଥିଲା। ଏହି ଅବସରରେ କମ୍ପାନୀର ବରିଷ୍ଠ ଅଧିକରୀ ଓ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଏହାର ଅନାବରଣ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଅଲ୍‌ ନ୍ୟୁ ୟେଜ୍‌ଦି ରୋଡ୍‌ଷ୍ଟର ସ୍ବତନ୍ତ୍ର ଥିମ୍‌ ‘ବର୍ନ ଆଉଟ୍‌ ଅଫ ଲାଇନ୍‌’ରେ ଡିଜାଇନ କରାଯାଇଛି। ଏଥିରେ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଓ ଫିଚର ସାମିଲ ରହିଛି। ସେହିଭଳି ଏହି ମଡେଲ ଏକ ଶକ୍ତିଶାଳୀ ଇଞ୍ଜିନ ଓ ବୃହତ୍‌ ଅଏଲ ଟ୍ୟାଙ୍କ୍‌(୧୨.୫ ଲି. କ୍ଷମତା) ସହ ଆକର୍ଷଣୀୟ ଡିଜାଇନ୍‌ରେ ସଜ୍ଜିତ ହୋଇଛି। ସେହିପରି ୨ଟି ଭାରିଆଣ୍ଟ ଓ ୪ଟି ଚିତ୍ତାକର୍ଷକ କଲରରେ ଏହି ମଡେଲ ସବୁବର୍ଗର ଗ୍ରାହକ ଓ ଯୁବବର୍ଗଙ୍କୁ ବେଶ୍‌ ଆକୃଷ୍ଟ କରିବ ବୋଲି ବ୍ରାଣ୍ଡ ପକ୍ଷରୁ ଆକଳନ କରାଯାଇଛି। ଏପରିକି ଏହାର ପ୍ରାରମ୍ଭିକ ବଜାର ମୂଲ୍ୟ ୨,୦୯,୯୬୯ ଟଙ୍କା ରହିଛି।

ଏ ସମ୍ପର୍କରେ ଜାଓ୍ବା ୟେଜ୍‌ଦି ମୋଟରସାଇକେଲର ସହପ୍ରତିଷ୍ଠାତା ଅନୁପମ ଥାରେଜା କହିଥିଲେ, ଆମେ ଆମର ନୂତନ ମଡେଲ ‘ଅଲ୍‌ ନ୍ୟୁ ୟେଜ୍‌ଦି ରୋଡ୍‌ଷ୍ଟର’କୁ ଆନୁଷ୍ଠାନିକ ଭାବେ ଅନାବରଣ କରାଇ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ଏହି ମଡେଲ ବଜାରରେ ଏକ ନୂଆ ଓ ବୈପ୍ଳବିକ ପରିବର୍ତ୍ତନ ସହ ଗାଡ଼ିଚାଳନା (ରାଇଡିଂ)ରେ ଏକ ସମ୍ଭାବନା ସୃଷ୍ଟି କରିବ। ଏହାର ଡିଜାଇନ ଓ କଲର ବେଶ୍‌ ଆକର୍ଷଣୀୟ ହୋଇଥିଲାବେଳେ ଲମ୍ବାରାସ୍ତାର ଯାତ୍ରା ପାଇଁ ଏହା ଏକ ଅଭିନବ ଅନୁଭବ ଦେବ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

Share
Tags: Business