ବଜାରରେ ଅଲ୍‌ ନ୍ୟୁ ଜାଓ୍ବା ୩୫୦

ଭୁବନେଶ୍ୱର,୨୬।୧: ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ଜାଓ୍ବା ମୋଟ (ଜାଓ୍ବା ୟେଜ୍‌ଦି ମୋଟସାଇକେଲ) ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଜାଓ୍ବା ୩୫୦’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ‘ମୁରଲୀ ଆଣ୍ଡ ସନ୍ସ ଅଟୋମୋଟିଭ୍‌ସ’ ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା।

ଏହି ଅବସରରେ ମୁରଲୀ ଆଣ୍ଡ ସନ୍ସ ଅଟୋମୋଟିଭ୍‌ସର ଏମ୍‌ଡି ସଞ୍ଜୀବ ଅଗ୍ରଓ୍ବାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉକ୍ତ ମଡେଲର ଅନାବରଣ ସହିତ ବଜାର ପ୍ରବେଶ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାଓ୍ବା ମୋଟର ଏଏସ୍‌ଏମ୍‌ ଦୀପ୍ତିରଞ୍ଜନ ବିଶ୍ୱାଳ ଏବଂ ଏଏସ୍‌ଏମ୍‌ ପ୍ରଭାତ ସାହୁଙ୍କ ସମେତ ମୁରଲୀ ଆଣ୍ଡ ସନ୍ସ ଅଟୋମୋଟିଭ୍‌ସର ଜିଏମ୍‌ ମୁକ୍ତେଶ୍ୱର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଅଲ୍‌ ନ୍ୟୁ ଜାଓ୍ବା ୩୫୦ରେ ଅନେକ ଫିଚର ସାମିଲ ଥିଲାବେଳେ ଆକର୍ଷଣୀୟ ଡିଜାଇନ ଓ ୩ଟି ମନଲୋଭା କଲରଗ୍ରାହକଙ୍କୁୁ ବେଶ୍‌ ଆକୃଷ୍ଟ କରିପାରିଛି ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଅପରପକ୍ଷରେ ଅଲ୍‌ ନ୍ୟୁ ଜାଓ୍ବା ୩୫୦ର ଦର (ଏକ୍ସ ଶୋ’ରୁମ୍‌ ଭୁବନେଶ୍ୱର) ୨,୧୭,୯୫୦ ଟଙ୍କା ରହିଛି।

Share
Tags: Jawa 360