ବଜାରରେ ଅଲ୍‌ ନ୍ୟୁ ହ୍ୟୁଣ୍ଡାଇ କ୍ରେଟା ଇଲେକ୍ଟ୍ରିକ୍‌

ଭୁବନେଶ୍ୱର,୨୧।୧ (ଅଭୟ ଦାଶ): ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ (ଏଚ୍‌ଏମ୍‌ଆଇଏଲ) ର ବହୁ ପ୍ରତୀକ୍ଷିତ ମଡେଲ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଇଲେକଟ୍ରିକ ଭେହିକଲ (ଇଭି) ‘ଇ-କ୍ରେଟା’ର ଅନାବରଣ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ-୨୦୨୫ରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଚ୍‌ଏମ୍‌ଆଇଏଲ୍‌ର ସ୍ବୀକୃତିପ୍ରାପ୍ତ ଡିଲର ଉତ୍କଳ ହ୍ୟୁଣ୍ଡାଇ ଭୁବନେଶ୍ୱରଠାରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଭୁବନେଶ୍ୱର (ବିଏମ୍‌ସି) ମେୟର ସୁଲୋଚନା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନ୍ୟୁ ହ୍ୟୁଣ୍ଡାଇ କ୍ରେଟା ଇଲେକ୍ଟ୍ରିକ୍‌ର ଅନାବରଣ ସହ ବଜାର ପ୍ରବେଶ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଏସମି କର୍ପୋରେଟର ସୁକୁମାର ସାହୁ ଏବଂ ଉତ୍କଳ ହ୍ୟୁଣ୍ଡାଇର ସିଇଓ ଭୂଷଣ ଗିରି, ବିଡିଏମ ଓ୍ବାସିମ ଖାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଅଲ ନ୍ୟୁ ହ୍ୟୁଣ୍ଡାଇ କ୍ରେଟା ଇଲେକ୍ଟ୍ରିକ୍‌ରେ ୭୫ରୁ ଅଧିକ ଅତ୍ୟାଧୁନିକ ସୁରକ୍ଷା ଫିଚର ସାଙ୍ଗକୁ ୫୨ଟି ସୁରକ୍ଷା ବୈଶିଷ୍ଟ୍ୟ ମଧ୍ୟ ସାମିଲ ରହିଛି। ଏପରିକି ନିରାପତ୍ତା ଓ ଜ୍ଞାନକୌଶଳ ଦୃଷ୍ଟିରୁ ଏଥିରେ ଏୟାର ବ୍ୟାଗ ଏବଂ ଏଡିଏଏସ (ଆଡଭାନ୍ସଡ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ) ସୁବିଧା ସାମିଲ ରହିଛି।
ସେହିପରି ଆକର୍ଷଣୀୟ ଡିଜାଇନ ଓ କଲରରେ ଏହି ମଡେଲ ଉପଲବ୍ଧ ହେଉଥିଲାବେଳେ ଏହାର ବଜାର ମୂଲ୍ୟ ୧୭.୯୯ ଲକ୍ଷ ଟଙ୍କା ରହିଛି।