Categories: Home Leftଖେଳ

ସର୍ବଭାରତୀୟ ଡିଏସ୍‌ କପ୍‌ ଫୁଟ୍‌ବଲ: ଉଦ୍‌ଘାଟନୀ ମ୍ୟାଚ୍‌ରେ ବେଙ୍ଗାଲୁରୁ ବିଜୟୀ

ବୌଦ୍ଧ,୨।୩(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଫୁଟ୍‌ବଲ ଆସୋସିଏଶନ ପକ୍ଷରୁ ସର୍ବଭାରତୀୟ ଡି. ଏସ୍‌. କପ୍‌ ଫୁଟବଲ ଟୁର୍ନାମେଣ୍ଟ ରବିବାର ଜିଲା ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ, ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ପଧାନ, ଜିଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପଜିଲାପାଳ ପ୍ରବୀଣ କୁମାର ବାଣୁଆ, କନ୍ଧମାଳ ଏମ୍‌ପି ପ୍ରତିନିଧି ଦୁର୍ଗାମାଧବ ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଜିଲା ଫୁଟ୍‌ବଲ ଆସୋସିଏଶନ ସଭାପତି ଲମ୍ବୋଦର ପୁରୋହିତ, ଉପସଭାପତି ସତ୍ୟ ପ୍ରକାଶ ଦାଶ, ସମ୍ପାଦକ ଯୁଗଳ କିଶୋର ସାମଲ ଓ ଜିଲା କ୍ରିକେଟ ଆସୋସିଏଶନ ସଭାପତି ନିରଞ୍ଜନ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ। କୋଲକାତା ଫୁଟବଲ ଏକାଡେମୀ ଏବଂ ଏମ୍‌ଇଜି ସେଣ୍ଟର ବେଙ୍ଗାଲୁରୁ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା।

ବେଙ୍ଗାଲୁରୁ ଦଳ ୨ଟି ଗୋଲ ଦେଇଥିବା ବେଳେ କୋଲକତା ଗୋଟିଏ ଗୋଲ ଦେଇଥିଲା। ଫଳରେ ୨-୧ ଗୋଲରେ ବେଙ୍ଗାଲୁରୁ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛି। ମୁଖ୍ୟ ରେଫରି ଶିବଶଙ୍କର ପଣ୍ଡା ମ୍ୟାଚ୍‌ ପରିଚାଳନା କରିଥିବା ବେଳେ ଶଶିକାନ୍ତ ଦାସିଆ ଓ ଦିଲୀପ କୁମାର ରାଉତ ଲାଇନରେ ରହିଥିଲେ।

ଚତୁର୍ଥ ରେଫରି ଭାବେ ସଲିଳ ବେହେରା ଖେଳ ପରିଚାଳନା କରିଥିବା ବେଳେ ଦୁର୍ଗାମାଧବ ନାଏକ ମ୍ୟାଚ୍‌ କମିଶନର ଦାୟିତ୍ୱ ତୁଲାଇଥିଲେ। ସୋମବାର ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚ୍‌ ୟୁନାଇଟେଡ ସ୍ପୋର୍ଟସ କ୍ଲବ ବରଗଡ ଏବଂ ବୌଦ୍ଧ ଜିଲା ଫୁଟବଲ ଦଳ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

Share