Categories: Home Leftଖେଳ

ସେମିଫାଇନାଲ ପାଇଁ ‘ଅଲ ହିଲ୍ମ’

ଦୋହା,୧୩ା୧୨ : ଫିଫା ବିଶ୍ୱକପ ୨୦୨୨ ସେମି ଫାଇନାଲ ପାଇଁ ନୂତନ ବଲ ଉନ୍ମୋଚନ କରିଛି ଆଦିଦାସ। ଏହି ବଲର ନାମ ଅଲ ହିଲ୍ମ ରଖାଯାଇଛି॥ ପୂର୍ବରୁ କ୍ୱାର୍ଟର ଫାଇନାଲ ଯାଏ ବଲ ଅଲ ରିହଲା ବ୍ୟବହାର କରାଯାଉଥିବା ବେଳେ ସେମି ଫାଇନାଲରେ ଅଲ ହିଲ୍ମ ବ୍ୟବହୃତ ହେବ। ଏହି ନୂତନ ବଲରେ ମଧ୍ୟ କନେକ୍ଟଡ ବଲ୍‌ ବୈଷୟିକ କୌଶଳ ବ୍ୟବହାର କରାଯାଇଛି। କନେକ୍ଟଡ ବଲ୍‌ ବୈଷୟିକ କୌଶଳ ଦ୍ୱାରା ରେଫରୀଙ୍କ ପାଇଁ ନିଷ୍ପତ୍ତି ନେବା ସହଜ ହେଉଛି। ଅଲ ହିଲ୍ମର ଆରବିକ୍‌ ଅର୍ଥ ହେଉଛି ସ୍ବପ୍ନ। ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ଠାରୁ ସେମି ଫାଇନାଲ ମ୍ୟାଚ ଆରମ୍ଭ ହେଉଥିବା ବେଳେ ୪ ଦଳକୁ ଅଭ୍ୟାସ ପାଇଁ ଏହି ବଲ ପ୍ରଦାନ କରାଯାଇଛି। ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ବଲ ଗୁଡିକରେ ରସାୟନ ମୁକ୍ତ କାଳି ଓ ଅଠା ବ୍ୟବହାର କରାଯାଇଛି।