ଗର୍ଭବତୀ ଥାଇ ବି ଶୁଟିଂ ସେଟ୍‌ରେ ଫାଇଟ୍‌ ସିନ୍‌ କରୁଛନ୍ତି ଆଲିଆ

ମୁମ୍ବାଇ: ଗର୍ଭଧାରଣ ସମୟକୁ ଉପଭୋଗ କରିବା ପରିବର୍ତ୍ତେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ଜୋର୍‌ଦାର୍‌ ଅଭିନୟ କରୁଛନ୍ତି। ନିକଟରେ ଆଲିଆ ହଲିଉଡ୍‌ ଡେବ୍ୟୁ ଫିଲ୍ମ ‘ହାର୍ଟ ଅଫ୍‌ ଷ୍ଟୋନ୍‌’ର ଶୁଟିଂ ଶେଷ କରିଥିଲେ। ଶୁଟିଂ ଶେଷରେ ଆଲିଆ ‘ଓ୍ବାଣ୍ଡର ଓମ୍ୟାନ’ ଖ୍ୟାତି ଗଲ ଗାଡୋଡ୍‌ଙ୍କ ସହ ଏକ ସେଲ୍‌ଫି ମଧ୍ୟ ଶେୟାର କରିଥିଲେ। ଯେଉଁଥିରେ ସେ ହଲିଉଡ୍‌ ଅଭିନେତ୍ରୀଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ, ବର୍ତ୍ତମାନ ଆଲିଆଙ୍କ ଆଉ କିଛି ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଯାହା ତାଙ୍କ ହଲିଉଡ ଫିଲ୍ମ ‘ହାର୍ଟ ଅଫ ଷ୍ଟୋନ’ର ଶୁଟିଂ ସେଟ୍‌ର।

ଏହି ଫଟୋରେ ଆଲିଆଙ୍କୁ କଠୋର ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି। ଗର୍ଭଧାରଣ ସମୟରେ ମଧ୍ୟ ଆଲିଆ ବହୁତ କିଛି କରୁଛନ୍ତି, ଫଳରେ ପ୍ରଶଂସକମାନେ ପ୍ରଶଂସା କରିବାକୁ ଆଦ ଭୁଲିନାହାନ୍ତି। ଫଟୋରେ ଆଲିଆ ଏକ ଖାକି ରଙ୍ଗର ପୋଷାକରେ ନଜର ଆସିଛନ୍ତି। ଏଥିରେ ବେବିବମ୍ପ୍‌ ସ୍ପଷ୍ଟ ଭାବରେ ଦେଖାଯାଉଛି।

ଆଲିଆ ଏବଂ ରଣବୀର କପୁର ଏପ୍ରିଲରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏଥି ସହିତ ବିବାହର ୨ ମାସ ପରେ ଆଲିଆ ତାଙ୍କ ଗର୍ଭଧାରଣ ବିଷୟରେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ। ସେଲିବ୍ରିଟିମାନେ ମଧ୍ୟ ଆଲିଆ ଏବଂ ରଣବୀରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଲିଆ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ରଣବୀରଙ୍କ ସହ ଏକ କ୍ଲିନିକ୍‌ରେ ଅଲଟ୍ରାସାଉଣ୍ଡ୍‌ କରୁଥିବା ଦେଖିବାକୁ ମିଳିଛି।