Categories: Home Leftଖେଳ

ମାଡ୍ରିଡ୍‌ ଓପନରୁ ଓହରିଲେ ଅଲ୍‌କାରାଜ

ମାଡ୍ରିଡ୍‌,୨୪ା୪: ଇଞ୍ଜୁରୀ ଯୋଗୁ ଦର୍ଶକଙ୍କ ଫେଭରାଇଟ୍‌ କାର୍ଲୋସ ଅଲ୍‌କାରାଜ ମାଡ୍ରିଡ୍‌ ଓପନ ଟେନିସ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ଗତ ରବିବାର ବାର୍ସିଲୋନା ଓପନ ଫାଇନାଲ ବେଳେ ତାଙ୍କ ବାମ ଗୋଡ଼ରେ ଆଘାତ ଲାଗିଥିଲା।

୨୦୨୨ ଓ ୨୦୨୩ରେ ଦୁଇଥର ଚାମ୍ପିୟନ ଅଲ୍‌କାରାଜଙ୍କୁ ଟୁର୍ନାମେଣ୍ଟରେ ଦ୍ୱିତୀୟ ସିଡ୍‌ ମାନ୍ୟତା ମିଳିଥିଲା। ଅଲ୍‌କାରାଜ ମେ ୫ରେ ୨୨ବର୍ଷ ବୟସରେ ପଦାର୍ପଣ କରିବେ। ବାର୍ସିଲୋନା ଫାଇନାଲରେ ହୋଲ୍‌ଗର ରୁନ୍‌ଙ୍କଠାରୁ ପରାଜିତ ହେବା ପୂର୍ବରୁ ସେ ମଣ୍ଟେ କାର୍ଲୋ ଟାଇଟଲ ସହ ତାଙ୍କ କ୍ଲେ-କୋର୍ଟ ଅଭିଯାନ ଆରମ୍ଭ କରିବା ସହିତ ୯ଟି ମ୍ୟାଚରେ ଅପରାଜେୟ ରହିଥିଲେ।

Share