ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ଅକ୍ଷୟ ତୃତୀୟା ପାଳିତ

ପଦ୍ମପୁର ୩୦।୪ (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବ୍ଲକ ଖଲିଆପାଲି ଗ୍ରାମରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜବୋଡାସମ୍ବର କୃଷକ ସଙ୍ଗଠନର ସଭାପତି ବାଞ୍ଛାନିଧି ନାଏକ ଯୋଗଦେଇ ନୀତିକାନ୍ତିରେ ପୂଜାର୍ଚ୍ଚନା କରିବା ପରେ ଅଖି ମୁଠି ଅନୁକୂଳ କରିଥିଲେ। କାର୍ଯ୍ୟକ୍ରମରେ ଦୁଷ୍ମନ୍ତ ପଟେଲ ,ଅଶୋକ ସାହୁ ପଞ୍ଚାନନ ସାହୁ, ଲିଙ୍ଗରାଜ ପଧାନ, ରୋହିତ ପଧାନ, ଅମୃତାଲାଲ ସାହୁ, ବିଜୟ ସାହୁ, ପ୍ରଶାନ୍ତ ପଧାନତ୍‌, ନିରାକାର ସାହୁ ସୁରେଶ ଚାନ୍ଦ, ମୀନକେତନ ବିଶ୍ୱାଳ କୃଷିବିଭାଗର BTM ମିଲୁ ମେହେର ସମେତ ଚାଷୀ ଓ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।