ଓଏମ୍‌ଜି-୨ ନିର୍ମାତାଙ୍କୁ ଚେତାବନୀ

ବମ୍ବେ: ଅଭିନେତା ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଓଏମ୍‌ଜି ୨’ର ପ୍ରି-ଟ୍ରିଜର ହୋଇଛି ରିଲିଜ। ଏଥିରେ ଶିବଙ୍କ ଲୁକ୍‌ରେ ନଜର ଆସିଛନ୍ତି ଅକ୍ଷୟ କୁମାର। ଯାହାକୁ ନେଇ ଆରମ୍ଭ ହୋଇଛି ସମାଲୋଚନା। ଏପରିକି ଫିଲ୍ମ ନିର୍ମାତାଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଲୋକେ ଚେତାବନୀ ଦେଉଥିବା ଦେଖାଯାଉଛି।

ହିନ୍ଦୁ ଧର୍ମ ସହ କୌଣସି ପ୍ରକାର ଖେଳ ବରଦାସ୍ତ କରାଯିବ ନାହିଁ। ଯଦି ଧାର୍ମିକ ଭାବନାକୁ କେହି ଆଘାତ ଦିଅନ୍ତି ତେବେ ତାଙ୍କୁ ଉଚିତ ଜବାବ ଦିଆଯିବ ବୋଲି ଅନେକ କହୁଛନ୍ତି।

୨୦୨୩ ଅଗଷ୍ଟ ୧୧ରେ ଫିଲ୍ମଟି ବଡ ପରଦାରେ ରିଲିଜ ହେବ।ସନି ଦେଓଲଙ୍କ ଫିଲ୍ମ ‘ଗଦର-୨’ ସହ ଏହାର ଟକ୍କର ହେବ। କାରଣ ଗଦରର ଦ୍ୱିତୀୟ ଭାଗ ୨୨ ବର୍ଷ ପରେ ପୁଣିଥରେ ପରଦାକୁ ଆସୁଛି।