ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଶିଳ୍ପା ସେଟ୍ଟୀଙ୍କ ପ୍ରେମ ସମ୍ପର୍କ କାହାକୁ ଅଛପା ନାହିଁ। କିନ୍ତୁ ଦୁହିଁଙ୍କ ପ୍ରେମ କାହାଣୀ ଅଧିକ ଦିନ ତିଷ୍ଠି ନ ଥିଲେ। ଦୁହେଁ ପରସ୍ପରଠାରୁ ଅଲଗା ହୋଇନିଜ ଜୀବନରେ ଆଗକୁ ବଢ଼ିଥିଲେ। ୩ ଦଶନ୍ଧି ପରେ ଅକ୍ଷୟ ଏବଂ ଶିଳ୍ପା ଏକାଠି ନଜର ଆସିଛନ୍ତି। ଦୁହେଁ ନିଜ ଡ୍ୟାନ୍ସରେ ମଞ୍ଚରେ ଦୁଲକାଇ ଦେଇଥିଲେ।
ଅକ୍ଷୟ ଏବଂ ଶିଳ୍ପା ନିକଟରେ ଏକ ପୁରସ୍କାର ଉତ୍ସବରେ ଯୋଗ ଦେଇଥିଲେ। ଏହି ସମୟରେ ଦୁହେଁ ଧଳା ରଙ୍ଗର ପୋଷାକରେ ଦେଖିବାକୁ ମିଳିଥିଲା। ଧଳା ରଙ୍ଗର ଶାଢ଼ିରେ ଶିଳ୍ପା ବହୁତ ସୁନ୍ଦର ଦେଖାଯାଉଥିଲେ। ଅକ୍ଷୟଙ୍କୁ ଧଳା ରଙ୍ଗର ସୁଟ ପିନ୍ଧି ଦେଖିବାକୁ ମିଳିଥିଲା। ଦୁହେଁ ମଞ୍ଚ ଉପରେ ଚୁରା କେ ଦିଲ ମେରା ଗୀତରେ ନାଚିଥିଲେ। ଏହି ଗୀତଟି ‘ମୈଁ ଖିଲାଡି ତୁ ଅନାରି’ ଚଳଚ୍ଚିତ୍ରର। ଏହି ଫିଲ୍ମରେ ଶିଳ୍ପା ଏବଂ ଅକ୍ଷୟ ଏକାଠି ନଜର ଆସିଥିଲେ। ଦୁହିଁଙ୍କ ଅଭିନୟ ପ୍ରଶଂସକମାନଙ୍କୁ ପାଗଳ କରିଦେଇଥିଲା। ଅକ୍ଷୟ ଶିଳ୍ପାଙ୍କ ହାତ ଧରି ନାଚିଥିଲେ।
ଶିଳ୍ପା ଏବଂ ଅକ୍ଷୟ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ସେମାନେ ମୈଁ ଖିଲାଡି ତୁ ଅନାରି, ଇନସାଫ, ଧଡକ, ଜାନୱାର ଭଳି ଫିଲ୍ମରେ ଏକାଠି ନଜର ଆସିଥିଲେ।
୯୦ ଦଶକରେ ଶିଳ୍ପା ଏବଂ ଅକ୍ଷୟଙ୍କ ପ୍ରେମ ସମ୍ପର୍କ ବିଷୟରେ ବହୁତ ଚର୍ଚ୍ଚା ହୋଇଥିଲା। ଦୁହେଁ ୧୯୯୪ ମସିହାରେ ଫିଲ୍ମ ‘ମୈଁ ଖିଲାଡି ତୁ ଅନାରି’ ସମୟରେ ଦେଖା ହୋଇଥିଲେ। ଏହା ପରେ ସେମାନଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଉଭୟ ୩ ବର୍ଷ ଧରି ସମ୍ପର୍କରେ ଥିଲେ। କିନ୍ତୁ ତା’ପରେ ସେମାନଙ୍କର ରାସ୍ତା ଅଲଗା ହୋଇଯାଇଥିଲା।
ଏହା ପରେ ଶିଳ୍ପା ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ। ଶିଳ୍ପା ଦୁଇଟି ସନ୍ତାନର ମା’। ଅକ୍ଷୟ ଅଭିନେତ୍ରୀ ଟ୍ବିଙ୍କଲ ଖାନ୍ନାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି।