ଐଶ୍ୱର୍ଯ୍ୟା ରାୟଙ୍କ ପୁଳାପୁଳା ଟଙ୍କା, ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ବଲିଉଡ୍‌ର ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ତାଙ୍କ କ୍ୟାରିଅର ମଧ୍ୟରେ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି। ତାଙ୍କର ସଫଳ ଅଭିନୟ କ୍ୟାରିଅରରେ ଐଶ୍ୱର୍ଯ୍ୟା କେବଳ ପ୍ରସିଦ୍ଧି ହାସଲ କରିନାହାଁନ୍ତି ବରଂ ବହୁତ ସମ୍ପତ୍ତି ମଧ୍ୟ ଅର୍ଜନ କରିଛନ୍ତି। ସେ ଏକ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି।
ନଭେମ୍ବର ୧, ୧୯୭୩ ରେ ଜନ୍ମଗ୍ରହଣ କରିଥିବା ଐଶ୍ୱର୍ଯ୍ୟା ରାୟ ମିସ ୱାଲର୍‌ଡ ଟାଇଟଲ ଜିତିଥିଲେ। ପରବର୍ତ୍ତୀ ସମୟରେ ସେ ଚଳଚ୍ଚିତ୍ର ଜଗତକୁ ଆସି ଏକ ସଫଳ କ୍ୟାରିଅର ଗଢିଥିଲେ। ଐଶ୍ୱର୍ଯ୍ୟା ଭାରତର ଦ୍ୱିତୀୟ ସବୁଠାରୁ ଧନୀ ଅଭିନେତ୍ରୀ। ତାଙ୍କର ମୋଟ ୯୦୦ କୋଟି।
୨୮ ବର୍ଷ ଧରି ଭାରତୀୟ ସିନେମାର ଅଂଶ ଥିବା ଐଶ୍ୱର୍ଯ୍ୟାଙ୍କୁ ଶେଷ ଥର ପାଇଁ ମଣିରତ୍ନମଙ୍କ ୨୦୨୩ ତାମିଲ ଫିଲ୍ମ ପୋନିୟିନ ସେଲଭାନ: IIରେ ଦେଖାଯାଇଥିଲା। ଐଶ୍ୱର୍ଯ୍ୟା ରାୟ ଗତ ସାତ ବର୍ଷ ଧରି ବଲିଉଡରୁ ଦୂରରେ ଅଛନ୍ତି। ତାଙ୍କର ଶେଷ ହିନ୍ଦୀ ମୁକ୍ତିଲାଭ ଫିଲ୍ମ ଥିଲା ଫନ୍ନି ଖାନ (୨୦୧୮)। ଚଳଚ୍ଚିତ୍ରରେ ସକ୍ରିୟ ନ ଥିବା ସତ୍ତ୍ୱେ ପୂର୍ବତନ ମିସ ୱାଲର୍‌ଡଙ୍କୁ ଭାରତର ସବୁଠାରୁ ଧନୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ, ସେ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

 

Dharitri – Odisha’s No.1 Odia Daily