୫୨ ବର୍ଷରେ ବି ଚମକୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ର ଜଣେ ପ୍ରତିଭାବାନ ତଥା ଗ୍ଲାମରସ ଅଭିନେତ୍ରୀ। ଯିଏ ତାଙ୍କ ସୌନ୍ଦର୍ଯ୍ୟ ସହିତ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ୫୨ ବର୍ଷ ବୟସରେ ମଧ୍ୟ ତାଙ୍କର ଚମକ ଏବଂ ସୌନ୍ଦର୍ଯ୍ୟ ଠିକ୍‌ ସେମିତି ରହିଛି। ତାଙ୍କ ରୂପ ଲାବଣ୍ୟ ପ୍ରତ୍ୟେକ ଥର ପ୍ରଶଂସକମାନଙ୍କୁ ମୋହିତ କରିଥାଏ। ଯେକୌଣସି କାର୍ଯ୍ୟକ୍ରମରେ ଐଶ୍ୱର୍ଯ୍ୟାଙ୍କ ଉପସ୍ଥିତି ଏକ ଅନନ୍ୟ ଗ୍ଲାମର ଆଣିଥାଏ। କ୍ୟାମେରା ସ୍ବତଃପୂର୍ତ୍ତ ଭାବରେ ତାଙ୍କ ଆଡ଼କୁ ଆକର୍ଷିତ ହୋଇଯାଏ।

ଐଶ୍ୱର୍ଯ୍ୟାଙ୍କ ଫଟୋ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୁଏ। ପାଶ୍ଚାତ୍ୟ ହେଉ କି ପାରମ୍ପରିକ। ତାଙ୍କର ପ୍ରତ୍ୟେକ ଷ୍ଟାଇଲ୍‌ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ।

ଏହି ଅଭିନେତ୍ରୀଙ୍କ ଲୁକ୍‌ ମଧ୍ୟ ଖୁବ୍‌ ସ୍ବତନ୍ତ୍ର। ସେ ଏକ କଳା ଚମକଦାର ବଡିକନ୍‌ ଡ୍ରେସ ପିନ୍ଧିଛନ୍ତି। ଅଧିକ ସୁନ୍ଦର ଦେଖାଯିବା ପାଇଁ ସେ ଭାରୀ ମେକଅପ ଲଗାଇଛନ୍ତି ଏବଂ ତାଙ୍କ କେଶକୁ ଖୋଲା ରଖିଛନ୍ତି। ଏହି ଫଟୋ ପ୍ରଶଂସକମାନଙ୍କ ହୃଦୟ ଜିଣିଛି।

Dharitri – Odisha’s No.1 Trusted Odia Daily