ଏୟାର ଲିଫ୍ଟ, ୩ ଦିନରେ ୨୬ ଉଡାଣ ପାଇଁ ଯୋଜନା…

ନୂଆଦିଲ୍ଲୀ,୧।୩ : ୟୁକ୍ରେନ୍‌ରେ ଫଶି ରହିଥିବା ଛାତ୍ରୀଛାତ୍ର ତଥା ଭାରତୀୟଙ୍କୁ ଅପରେଶନ୍‌ ଗଙ୍ଗା ଅନ୍ତର୍ଗତ ସୁରକ୍ଷିତ ସ୍ବଦେଶ ଫେରାଇ ଅଣାଯିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ସ୍ଥିର ହୋଇଛି।

ଆଗାମୀ ୩ ଦିନରେ ଭାରତୀୟଙ୍କ ଏୟାର ଲିଫ୍ଟ ଲାଗି ୨୬ ଉଡ଼ାଣ କରାଯିବ ବୋଲି ଭାରତୀୟ ବହିର୍ବ୍ୟାପାର ସଚିବ ହର୍ଷ ଶୃଙ୍ଗଳା ସୂଚନା ପ୍ରଦାନ କରିଛନ୍ତି। ବୁକାରେଷ୍ଟ, ବୁଦ୍ଧାପେଷ୍ଟ ସହିତ ପୋଲାଣ୍ଡ ଏବଂ ସ୍ଲୋଭାକିଆର ସହାୟତା ନିଆଯିବ ବୋଲି ସେ କହିଛନ୍ତି।

ଆଡଭାଇଜରୀ ଜାରି ହେବା ପରେ ଇତଧ୍ୟରେ ୧୨ ହଜାର ଛାତ୍ରୀଛାତ୍ର ତଥା ଭାରତୀୟ ନାଗରିକ ୟୁକ୍ରେନ୍‌ ଛାଡି ସୁରକ୍ଷିତ ସ୍ଥାନକୁ ଆସିଥିବା ସେ କହିଛନ୍ତି।

Share