ନୂଆଦିଲ୍ଲୀ,୧୭ା୧୧: ଏୟାର ଇଣ୍ଡିଆ ୧ ଫେବୃଆରୀ ୨୦୨୬ରୁ ଦିଲ୍ଲୀ ଏବଂ ଚାଇନାର ସାଂଘାଇ ମଧ୍ୟରେ ନନ୍ଷ୍ଟପ ବିମାନ ସେବା ପୁନଃ ଆରମ୍ଭ କରିବ। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ସୋମବାର ଏହି ସୂଚନା ଦେଇଛନ୍ତି। ଏହି ପଦକ୍ଷେପ ଭାରତ ଏବଂ ଚାଇନା ମଧ୍ୟରେ ବିମାନ ସଂଯୋଗକୁ ଉନ୍ନତ କରିବ ଯାହା ଦୀର୍ଘ ସମୟ ଧରି ବାଧାପ୍ରାପ୍ତ ହୋଇଛି।
ଏୟାର ଇଣ୍ଡିଆ ଏହା ମଧ୍ୟ ଘୋଷଣା କରିଛି ଯେ, ଏହା ମୁମ୍ବାଇରୁ ସାଂଘାଇକୁ ଉଡ଼ାଣ ପୁନଃ ଆରମ୍ଭ କରିବାକୁ ଯୋଜନା କରୁଛି। ତଥାପି ଏହି ଉଡ଼ାଣଗୁଡ଼ିକ କେବଳ ନିୟାମକ ଅନୁମୋଦନ ପାଇବା ପରେ ସମ୍ଭବ ହେବ। ଦୀର୍ଘ ବିଳମ୍ବ ପରେ ସାଂଘାଇ ରୁଟ୍ର ପ୍ରତ୍ୟାବର୍ତ୍ତନ ଯାତ୍ରୀ ଏବଂ ବ୍ୟବସାୟିକ ସମ୍ପ୍ରଦାୟକୁ ଯଥେଷ୍ଟ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଭାରତ ଏବଂ ଚାଇନା ମଧ୍ୟରେ ବର୍ଦ୍ଧିତ ବାଣିଜ୍ୟ ଏବଂ ଯାତ୍ରା ସମ୍ପର୍କକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆର ଏହି ନିଷ୍ପତ୍ତିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଏହି ନନ୍ଷ୍ଟପ୍ ବିମାନ ସେବା ପୁନଃ ଆରମ୍ଭ ହେବା ଦ୍ୱାରା ଯାତ୍ରୀମାନଙ୍କ ପାଇଁ ସମୟ ସଞ୍ଚୟ ହେବ ଏବଂ ଦୁଇ ଦେଶ ମଧ୍ୟରେ ଯାତ୍ରାକୁ ଯଥେଷ୍ଟ ସହଜ ହେବ।