ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି ବିମାନ ଯାତ୍ରା ପାଇଁ ବୁଧବାର ଠାରୁ ୨୯୯ ଟଙ୍କାରୁ ୮୯୯ ଟଙ୍କା ପର୍ଯ୍ୟନ୍ତ ଏୟାର ସରଚାର୍ଜ ଲାଗୁହେବ। ପେଟ୍ରୋଲିୟମ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଘରୋଇ ରୁଟ୍‌ରେ ଅଧିକ ସରଚାର୍ଜ ଲାଗୁ ନ କରିବାକୁ କୁହାଯିବା ପରେ ଏହାକୁ ଏୟାର ଇଣ୍ଡିଆ ପକ୍ଷରୁ ୨୫ ପ୍ରତିଶତ ମଧ୍ୟରେ ସୀମିତ ରଖାଯାଇଛି। ତେବେ ୫୦୦ ରୁ ୨୦୦୦ କି.ମି. ଦୂର ଯାତ୍ରା ପାଇଁ ବିମାନ ଭଡ଼ା ୨୯୯ ରୁ ୭୯୯ ଟଙ୍କା ଅଧିକ ରହିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ୨୦୦୦ କି.ମି.ରୁ ଅଧିକ ଦୂର ଯାତ୍ରା ପାଇଁ ଭଡ଼ାରେ ୮୯୯ ଟଙ୍କାର ଅତିରିକ୍ତ ସରଚାର୍ଜ ଲାଗୁହେବ ବୋଲି କୁହାଯାଇଛି।

 

Dharitri – Odisha’s No.1 Odia Daily