IGIରେ ଯାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ, ମାଡ଼ ମାରି….

ନୂଆଦିଲ୍ଲୀ,୨୦ା୧୨: ପୁଣି ଏୟାରଲାଇନ୍ସ ନାଁରେ ଏକ ଅଭିଯୋଗ ସାମ୍ନାକୁ ଆସିଛି । ସ୍ପାଇସଜେଟର ଜଣେ ଯାତ୍ରୀ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ ତାଙ୍କୁ ବୋର୍ଡିଂ ଲାଇନ ଭାଙ୍ଗିବାକୁ ବିରୋଧ କରିବାରୁ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଯାତ୍ରୀ ଅଙ୍କିତ ଦିୱାନ ଇନଷ୍ଟାଗ୍ରାମରେ ତାଙ୍କ ମୁହଁରେ ରକ୍ତ ଲାଗିଥିବା ଏକ ଫଟୋ ସେୟାର କରି ଆକ୍ରମଣର ବର୍ଣ୍ଣନା କରିଛନ୍ତି ଏବଂ ଏୟାରଲାଇନ୍ସ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ବିଷୟରେ ଅନେକ ପ୍ରଶ୍ନ ଉଠାଇଛନ୍ତି ।

ଦିୱାନ କହିଛନ୍ତି ଯେ ତାଙ୍କ ସାତ ବର୍ଷର ଝିଅ ଆକ୍ରମଣ ଦେଖି ଏପର୍ଯ୍ୟନ୍ତ ମର୍ମାହତ। ଏହି ଘଟଣା ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ ୧ରେ ଘଟିଛି। ଦିୱାନ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ସେ ଏବଂ ତାଙ୍କ ଚାରି ମାସର ଝିଅ ସମେତ ତାଙ୍କ ପରିବାର କର୍ମଚାରୀ ସୁରକ୍ଷା ଚେକ-ଇନ୍ ଲାଇନ ବ୍ୟବହାର କରୁଥିଲେ କାରଣ ସେମାନେ ଏକ ଶିଶୁ ସହିତ ଏକ ଷ୍ଟ୍ରୋଲରରେ ଯାତ୍ରା କରୁଥିଲେ।

କର୍ମଚାରୀମାନେ ମୋ ସାମ୍ନାରେ ଲାଇନ ଭାଙ୍ଗୁଥିଲେ। ଯେତେବେଳେ ମୁଁ ସେମାନଙ୍କୁ ବାଧା ଦେଲି, କ୍ୟାପଟେନ୍ ବୀରେନ୍ଦ୍ର ମୋତେ ପଚାରିଲେ ଯେ ମୁଁ ନିରକ୍ଷର ଏବଂ ଏହି ଲେଖାଟି କର୍ମଚାରୀଙ୍କ ପାଇଁ ବୋଲି ଲେଖାଥିବା ସାଇନବୋର୍ଡଟି ମୁଁ ପଢ଼ିପାରୁନାହିଁ କି ବୋଲି ପଚାରିଥିଲେ । ଏହା ସହିତ ଏକ ଯୁକ୍ତିତର୍କ ଆରମ୍ଭ ହୋଇଥିଲା, ଯାହା ଝଗଡାରେ ପରିଣତ ହୋଇଥିବା ନେଇ ଅଙ୍କିତ କହିଛନ୍ତି ।

ଦିୱାନ କହିଛନ୍ତି, ଝଗଡା ସମୟରେ, ଜଣେ AIX (ଏୟାର ଇଣ୍ଡିଆ ଏକ୍ସପ୍ରେସ) ପାଇଲଟ୍ ମୋତେ ଶାରୀରିକ ଆକ୍ରମଣ କରିଥିଲେ, ଯାହା ଫଳରେ ମୋ ନାକରୁ ରକ୍ତ ବାହାରିଥିଲା। ପାଇଲଟ୍‌ଙ୍କ ଫଟୋ ସେୟାର କରି ଦିୱାନ କହିଛନ୍ତି, ତାଙ୍କ ସାର୍ଟରେ ଲାଗିଥିବା ରକ୍ତ ମଧ୍ୟ ମୋର। ପାଇଲଟ୍‌ଙ୍କ ନାମ ବିଜେନ୍ଦର ସେଜୱାଲ୍ ବୋଲି ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ଚାରିଆଡ଼େ ବିରୋଧାଭାବ ଦେଖାଯାଇଛି ।

 

Dharitri – Odisha’s No.1 Odia Daily

Share