ଦାରିଙ୍ଗବାଡି, ୯।୧୦ (ଅରୁଣ ସାହୁ )-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବିଭିନ୍ନ ଚାଷ ସମ୍ପର୍କରେ ଚାଷୀର ଅନୁଭୂତି ରହିଥିଲେ ମଧ୍ୟ ମତ୍ସ ଚାଷୀଙ୍କ ଦକ୍ଷତା ବା ଅନୁଭୂତି ନ ଥିବାରୁ ଚାଷୀ ଏହି ଚାଷ କରିବାକୁ ଅମଙ୍ଗ ହେଉଛନ୍ତି। ଫଳରେ ଏହି ଚାଷ କରିବାକୁ ଚାଷୀ ଆଗ୍ରହ ପ୍ରକାଶ କରନ୍ତି ନାହିଁ ଏହାକୁ ସଶକ୍ତ କରିବା ଓ ଚାଷ ସମ୍ପର୍କରେ ଚାଷୀଙ୍କୁ ଶିକ୍ଷା ପ୍ରଦାନ କରାଗଲେ ନିହାତି ଏହି ଚାଷ କରିବାକୁ ମାଛ ଚାଷୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେବ ଏବଂ ଏହିଚାଷ ବୃଦ୍ଧି ହୋଇପାରିବ। ଏହାକୁ ଲୋକାଭିମୁଖୀ କରିବାକୁ ସ୍ଥାନୀୟ ଜାଗୃତି ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠାନର ସଭାଗୃହ ପରିସର ମଧ୍ୟରେ କୃଷି ଉତ୍ପାଦକ କ୍ଲଷ୍ଟର ପ୍ରକଳ୍ପ ମାଧ୍ୟମରେ ମିଶନ ଶକ୍ତି ମହିଳାମାନଙ୍କୁ ଏବଂ ଅନ୍ୟ ଚାଷୀଙ୍କୁ ମାଛ ଚାଷ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଛି। ଏହାକୁ ଅନୁଷ୍ଠାନର କ୍ଲଷ୍ଟରର କାର୍ଯ୍ୟକ୍ରମ ଅଧିକାରୀ ଶରତ ନାୟକଙ୍କ ଅଧ୍ୟକ୍ଷତାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।
ଶିବିରର ପ୍ରାୟ ୩୦ ଜଣ ମହିଳା ଓ ପୁରୁଷ ଚାଷୀଙ୍କୁ ଉନ୍ନତ ମାନର ମାଛ ଚାଷ କରିବାକୁ ତାଲିମ ପ୍ରଦାନ କରାଯାଇଛି। ଏଥିପାଇଁ ଉନ୍ନତ ମାନର ଚାଷ ପାଇଁ ଆବଶ୍ୟକ। ପୋଖରୀଚୟନ ସହ ପୋଖରୀର ବିଶୁଦ୍ଧ କାରଣ, ଯାଆଁଳା ଚୟନ, ସେମାନଙ୍କୁ ଖାଦ୍ୟ ପ୍ରଦାନ, ମାଛ ରୋଗ ଚିହ୍ନଟ ଓ ନିରାକାରଣ, ସେମାନଙ୍କୁ ଜୈବିକ ପଦ୍ଧତିରେ ପ୍ରସ୍ତୁତ ଖାଦ୍ୟ ପ୍ରଦାନ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ସେହିପରି କେଉଁ କିସମର ମାଛ କୁ ଚୟନ କରାଯିବ ବିଶେଷ କରି ରୋହି, ଭାକୁର, ମିରିକାଲି କିସମ ମାଛ ଚାଷ କରିବାକୁ ଓ ସେମାନଙ୍କୁ କିଭକି ବଞ୍ଚିବ ସେନେଇ ସମ୍ପୂର୍ଣ୍ଣ ତାଲିମ ଦିଆଯାଇଥିଲା। ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ଚାଷୀଙ୍କୁ ମତ୍ସ ଚାଷୀଙ୍କୁ ପରାମର୍ଶ ଦେଇଥିଲେ ଏବଂ ଦେବଗଡ଼ ଜିଲାରୁ ଆସିଥିବା ମିଶନଶକ୍ତିର ମହିଳାମାନେ ମଧ୍ୟ ଏହି ତାଲିମରେ ଯୋଗଦାନ କରିଥିଲେ।
ଏଥିରେ ତାଲିମଦାତା ଭାବେ ସଞ୍ଜୀବ ବେହେରା ତାଲିମ ପ୍ରଦାନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଏଗ୍ରିକଲଚର ଏକ୍ସପର୍ଟ ଚନ୍ଦନ ଦିଗାଲ,ଆଞ୍ଚଳିକ ସଂଯୋଜକ ଆନନ୍ଦ ଦିଗାଲ, ପ୍ରବୀଣ ମହାପାତ୍ର, ତପସ୍ବିନୀ ପ୍ରଧାନ, ସଞ୍ଜୟ ପ୍ରଧାନ, ପ୍ରମୋଦ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଚାଷୀଙ୍କୁ ତାଲିମ ପ୍ରଦାନ କରିଥିଲେ।