ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକ ଆଣିବା ଲକ୍ଷ୍ୟ

ଦାରିଙ୍ଗବାଡି, ୧୪/୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ରାପଡାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଶୁକ୍ରବାର ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏବିଇଓ ବନମାଳୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ତହସିଲଦାର ଧୀରୋଜ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନେ ମଧ୍ୟ ଜଣେ ସାଧାରଣ ଛାତ୍ରୀଛାତ୍ରଙ୍କ ସହ ସମାନ ବୋଲି କହିଥିଲେ। ସରକାର ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ଆଜି ଜଣେ ଦିବ୍ୟାଙ୍ଗ ଛାତ୍ର ମଧ୍ୟ ଭଲ ପାଠ ପଢିବା ସହ ଖେଳକୁଦ ସହ ନୃତ୍ୟ, ସଙ୍ଗୀତ ପରିବେଷଣ କରି ନିଜ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆସୁଥିବା କହିଥିଲେ।

ଏହି ଅବସରରେ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ କୁଇଜ, ଚିତ୍ରାଙ୍କନ,ମ୍ୟୁଜିକ ଚେୟାର, ଜେଲପି ରେସ, ଚାମଚ ଦୌଡ଼, ୧ ଶହ ମିଟର ଦୌଡ଼, ସଙ୍ଗୀତ, ନୃତ୍ୟ ଆଦି ପ୍ରତିଯୋଗିତାରେ ମୋଟ ୨ ଶହ ୧୯ ଜଣ ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚାରୁଶିଲା ମଲିକ ପ୍ରମୁଖ ମଞ୍ଚାସିନ ଥିଲେ। ସହକାରୀ ଶିକ୍ଷକ ନିରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଜୟଦେବ ସାହୁ ଧନ୍ୟବାଦ ଦେଇଥିଲେ ସମସ୍ତ କାର୍ଯ୍ୟକ୍ରମକୁ ଗୋଷ୍ଠି ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ ଏବଂ ରଶ୍ମିତା ସେନାପତି ପରିଚାଳନା କରିଥିଲେ।

 

Dharitri – Odisha’s No.1 Odia Daily

 

Share