ଛତ୍ରପୁର,୯ା୪(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଭାରତ ମୁକ୍ତି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ପକ୍ଷରୁ ୬ ଦଫା ଦାବି ନେଇ ବୁଧବାର ଗଞ୍ଜାମ ଜିଲା ଛତ୍ରପୁରଠାରେ ଜେଲ୍ ଭରୋ ଆନ୍ଦୋଳନ କରାଯାଇଛି। ଭାରତ ବର୍ଷରେ ସମସ୍ତ ରାଜ୍ୟରେ ଇଭିଏମ୍ ହଟାଇ ବାଲଟ ପେପରରେ ନିର୍ବାଚନ ପ୍ରକିୟା କରିବା, ଓବିସିଙ୍କ ପାଇଁ ଜାତି ଜନଗଣନା କରାଯିବା, ମହାପୁରୁଷଙ୍କୁ ଅବମାନନାକୁ ବିରୋଧ ସହ ଏହା ବନ୍ଦ କରିବା, ମହାବୋଧି ମହାବୀରର ମୁକ୍ତି, ଓ୍ବକଫ୍ ସଂଶୋଧନ ବିଲ୍ -୨୦୨୫ ପ୍ରତ୍ୟାହାର ଏବଂ ବହୁଜନ ସମାଜ ସମ୍ପର୍କୀୟ ସ୍ଥାନୀୟ ସମସ୍ୟା ସମାଧାନ ଦାବି କରାଯାଇଛି ପ୍ରାରମ୍ଭରେ ଭାରତ ମୁକ୍ତି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚାର ସଦସ୍ୟମାନେ ଛତ୍ରପୁରସ୍ଥିତ ଡିଆରଡିଏ ଛକରୁ ଏକ ରାଲିରେ ବାହାରି ଜିଲାପାଳଙ୍କ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ଜିଲା ସଭାପତି ସୁମା ଦାସ, ଓବିସି ମୋର୍ଚ୍ଚାର ସଂଯୋଜକ ବିଜୟ ସ୍ବାଇଁ, ସୀମାଞ୍ଚଳ ନାହାକ, ରାଜେନ୍ଦ୍ର ବେହେରା, ଜଗନ୍ନାଥ ପ୍ରଧାନ, ନିଳାଦ୍ରୀ ପ୍ରଧାନ, ଅକ୍ଷୟ ଦାସ, ସାଗର ଦାସ, ବିପ୍ରଚରଣ ନାହାକ, ପ୍ରମୋଦ ନାୟକ, ଦିଲ୍ଲୀପ ଦାସ, ସୁଧା କର, ରମେଶ ଶବର, କାଳିଆ ବେହେରା, ମଙ୍ଗଳା ଦାସ, କୈଳାସ ଶବର, ଉଲାସ ଶବର, ରାଜେଶ ଶବର, ଲାକ୍ଷ୍ୟା ଶବର, ଏମ୍.ଏଲେୟା ପ୍ରମୁଖ ସାମିଲ ଥିଲେ।