ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର, ସର୍ଜରୀରେ ରୋଗ ଭଲ ହେବା ନେଇ ଏମ୍ସ ଡାକ୍ତରଙ୍କ ଘୋଷଣା

ନୂଆଦିଲ୍ଲୀ,୧୧।୧୨: ପୂର୍ବରୁ ଏକ କଥା ଥିଲା ଯେ, ଯେଉଁ ବ୍ୟକ୍ତିଙ୍କୁ ଥରେ ଡାଇବେଟିସ ହୁଏ ତାହା ଜୀବନସାରା ରହିଯାଇଥାଏ । ଆଜି ପର୍ଯ୍ୟନ୍ତ ଡାଇବେଟିସର କୌଣସି ଚିକିତ୍ସା ନାହିଁ । ଯଦି ଜଣେ ବ୍ୟକ୍ତିଙ୍କୁ ଥରେ ଡାଇବେଟିସ ହୁଏ ତାହେଲେ ଔଷଧ. ଡାଏଟ ଏବଂ ଲାଇଫଷ୍ଟାଇଲେ କଣ୍ଟ୍ରୋଲ କରାଯାଇଥାଏ । ହେଲେ ଏହାରି ଭିତରେ ଡାଇବେଟିସ ରୋଗୀଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି ।

ଏମ୍ସର ସର୍ଜରୀ ବିଭାଗର ଡ଼ାକ୍ତର ମଞ୍ଜୁନାଥ ଦାବି କରି କହିଛନ୍ତି ଯେ, ଏହା ଏପରି ଏକ ପ୍ରକ୍ରିୟା କିମ୍ବା ମେଟାବୋଲିକ ସର୍ଜରୀ ଦ୍ବାରା ଡାଇବେଟିସକୁ ଅନେକ ମାତ୍ରାରେ କଣ୍ଡ୍ରୋଲ କରାଯାଇପାରିବ । କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଭଲ ମଧ୍ୟ ହେବାର ସମ୍ଭାବନା ରହିଛି । ଏହି ସର୍ଜରୀ ଶରୀରରେ ମେଟାବୋଲିଜମ ପ୍ରକ୍ରିୟାରେ ପରିବର୍ତ୍ତନ ଆଣି ଇନସୁଲିନର ରେଜିଷ୍ଟାନ୍ସ ବୃଦ୍ଧି କରିଥାଏ । ଏହାଦ୍ବାରା ବ୍ଲଡ ସୁଗାର ପ୍ରାକୃତିକ ଭାବେ କମ୍ ହୋଇଯାଇଥାଏ ।

ଏମ୍ସ ଡାକ୍ତରଙ୍କ କହିବା ଅନୁସାରେ, ମେଟାବୋଲିକ ସର୍ଜରୀ ସମସ୍ତ ଡାଇବେଟିସ ରୋଗୀଙ୍କ ପାଇଁ ପ୍ରଜୁଜ୍ୟ ନୁହେଁ । ଏହି ସର୍ଜରୀ କେବଳ ଟାଇପ-2 ଡାଇବେଟିସ ଏବଂ ଅଧିକ ସୁଗାର ଲେବଲ ଥିବା ରୋଗୀଙ୍କ ପାଇଁ ଅଟେ । ଯେଉଁ ବ୍ୟକ୍ତିଙ୍କୁ ଔଷଧ ଏବଂ ଇନସୁଲିନର ପ୍ରଭାବ କମ୍ ଥାଏ ସେମାନଙ୍କ କ୍ଷେତ୍ରରେ ଅଧିକ ସହାୟକ ହେବ ।

ଡାକ୍ତରଙ୍କ କହିବା ଅନୁସାରେ, ଟାଇପ-1 ଡାଇବେଟିସ ଥିବା ବ୍ୟକ୍ତି ଏହି ସର୍ଜରୀ କରିପାରିବେ ନାହିଁ । କାରଣ ସେମାନଙ୍କର ରେଗର କାରଣ କିଛି ଭିନ୍ନ ରହିଥାଏ ଏବଂ ଇନସୁଲିନ ତିଆରି ହେବା ବନ୍ଦ ହୋଇଯାଇଥାଏ ।

ମେଟାବୋଲିକ ସର୍ଜରୀର ପ୍ରୋସେସ ବେରିଆଟ୍ରିକ ଟେକନିକ ଭଳି ଅଟେ । ଯେଉଁଥିରେ ପେଟ ଏବଂ ଅନ୍ତର ଗଠନରେ ପରିବର୍ତ୍ତନ କରାଯାଇଥାଏ । ଏହି ପ୍ରୋସେସରେ ପେଟକୁ ଛୋଟ କରାଯାଇଥାଏ ଏବଂ ଖାଦ୍ୟନଳୀର ରାସ୍ତାକୁ ଅନ୍ତର ଅନ୍ୟ ଅଂଶ ସହ ଯୋଡାଯାଇଥାଏ । ଏହା ଦ୍ବାରା ଖାଦ୍ୟ ଶୀଘ୍ର ହଜମ ହେବା ସହିତ ଶରୀରରେ ଇନସୁଲିନ ସେନସିଟିବିଟି ବଢିଥାଏ ।