ଏମ୍‌ପିଙ୍କ ଦ୍ୱାରା ପଠାଯାଉଥିବା ରୋଗୀଙ୍କୁ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ଯୋଗାଇବା ଲାଗି ଏମ୍ସ୍‌ର ନିର୍ଦ୍ଦେଶ, ଡାକ୍ତର ଅସନ୍ତୁଷ୍ଟ…

ନୂଆଦିଲ୍ଲୀ,୨୦।୧୦ : ଏମ୍‌ପିଙ୍କ ଦ୍ୱାରା ପଠାଯାଇଥିବା ରୋଗୀମାନଙ୍କ ପାଇଁ ଏମ୍ସ ପକ୍ଷରୁ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତର ସଂଘ ପକ୍ଷରୁ ଏହି ଆଦେଶକୁ ବିରୋଧ କରାଯାଇଛି। ଡାକ୍ତରମାନଙ୍‌ ମଧ୍ୟରେ ଏନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଏହି ଆଦେଶ ସମ୍ପର୍କରେ ଏମ୍ସର ନୂତନ ନିର୍ଦ୍ଦେଶକ ଡକ୍ଟର ଏମ ଶ୍ରୀନିବାସଙ୍କ ଏକ ଚିଠି ସାମ୍ନାକୁ ଆସିଛି। ନିର୍ଦ୍ଦେଶକ ଏହି ଚିଠିରେ କହିଛନ୍ତି ଯେ ଯେଉଁ ରୋଗୀମାନଙ୍କୁ ଏମ୍‌ପିଙ୍କ ଆବଶ୍ୟକ ପରାମର୍ଶ କିମ୍ବା ଚିକିତ୍ସା ପାଇଁ ଏମ୍ସ ରେଫର୍‌ କରାଯାଏ ସେମାନଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରାଯିବା ଉଚି୍‌ତ। ସେ ଏହି ଚିଠିକୁ ଏମ୍ସର ସହକାରୀ ନିର୍ଦ୍ଦେଶକ, ଡାକ୍ତରୀ ଅଧୀକ୍ଷକ ଏବଂ ସମସ୍ତ ବିଭାଗର ମୁଖ୍ୟଙ୍କ ନିକଟକୁ ପଠାଇଛନ୍ତି।

Share