ଏଇ ଭାରତରେ

ବାଉଁଶରେ ସାଇକେଲ ତିଆରି ହେବା ଓ ରାସ୍ତାରେ ଗଡ଼ିବା ନିଶ୍ଚିତ ଭାବେ ଏକ ଅଜବ ଘଟଣା ଭଳି ଲାଗୁଥିଲେ ମଧ୍ୟ ଏଭଳି ସାଇକେଲ ଚଢ଼ିବାକୁ ପାଇବେ। ବିହାର ସମସ୍ତିପୁର ନିବାସୀ ଅମରେଶ କୁଶସ୍ବା ଏହି ସାଇକେଲ ତିଆରି କରିଛନ୍ତି। ସେ ବିଭିନ୍ନ କମ୍ପାନୀ ଦ୍ୱାରା ବଜାରକୁ ଆସୁଥିବା ଲୁହାସାଇକେଲର ମଡେଲକୁ ଦେଖି ବାଉଁଶରେ ସେଭଳି ସାଇକେଲ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ନିଜସ୍ବ ଉଦ୍ୟମ ଓ ଜ୍ଞାନକୌଶଳ ଉପଯୋଗ କରି ମାତ୍ର ୨୫ ଦିନରେ ବାଉଁଶରେ ସାଇକେଲ ତିଆରି ଶେଷ କରିଛନ୍ତି। ଏହି ସାଇକେଲର ମୂଲ୍ୟ ରଖାଯାଇଛି ୫୦୦ ଟଙ୍କା। ଏହାକୁ ସେ ୧୫ ଅଗଷ୍ଟରେ ଲଞ୍ଚ କରିଥିଲେ। ଏହି ସାଇକେଲର ଟାୟାର ରବର ହୋଇଥିବାବେଳେ ଆଉ ସବୁ ପାଟର୍‌ସ ବାଉଁଶରେ ନିର୍ମିତ। ନାମୀଦାମୀ କମ୍ପାନୀଗୁଡ଼ିକ ଦ୍ୱାରା ନିର୍ମିତ ସାଇକେଲ ମୂଲ୍ୟ ପାଖାପାଖି ୧୦,୦୦୦ ଟଙ୍କା ହୋଇଥିବାରୁ ଗରିବ ଲୋକେ ବାଉଁଶ ସାଇକେଲ ସହଜରେ କଣିପାରିବେ ବୋଲି କୁହନ୍ତି ଅମରେଶ। ଏବେ ଏହି ସାଇକେଲ ଦେଖିବାକୁ ବିହାରର ବିଭିନ୍ନ ଅଞ୍ଚଳରୁ ଲୋକେ ତାଙ୍କ ଘରକୁ ଆସୁଛନ୍ତି।