ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ ଯୋଡ଼ାଚୁଆ ବିଟ୍ ଅଞ୍ଚଳରେ ବନବିଭାଗ ଦ୍ୱାରା ଖଞ୍ଜା ଯାଇଥିବା ଏ.ଆଇ କ୍ୟାମେରାରେ କଏଦ ହୋଇଥିବା ଫଟୋ ଅନୁଯାୟୀ କେସିପୁର ପଞ୍ଚାୟତ ଟୁଲୁକଡାବ ଅଞ୍ଚଳର ସୁକାନ୍ତ ଖଣ୍ଡେଇ ଓ ନିରଞ୍ଜନ ମଡେଇ ଜଙ୍ଗଲକୁ ଅବାଧ ଶିକାର କରିବା ପାଇଁ ପ୍ରବେଶ କରିଥିଲେ।
ବନବିଭାଗ ଦାରା ଖଞ୍ଜା ଯାଇଥିବା ଦୁଇଟି ଟ୍ରାପ କ୍ୟାମେରାରେ ଏମାନଙ୍କ ଫଟୋ କଏଦ ହୋଇଥିଲା। ବନବିଭାଗର ରୁଟିନ ଚେକ୍ ସମୟରେ ଘଟଣା ଜଣାପଡ଼ିବା ପରେ ସେମାନଙ୍କ ସନ୍ଧାନରେ ଥିଲା। ରବିବାର ରାତିରେ କୁଲଡ଼ିହା ବନବିଭାଗ ଉଭୟ ଶିକାରୀଙ୍କୁ ତାଙ୍କ ଘରୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଫାଶ, ଧନୁତୀର ଜବତ କରାଯାଇଛି। ଅଧିକ ତଦନ୍ତ ଚାଲିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।