ନୂୂଆପଡ଼ା ଉପ ନିର୍ବାଚନ ପୂର୍ବରୁ : ଘନ ଘନ ଚଢ଼ାଉ

ଖଡ଼ିଆଳ,୨୨।୧୦(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲା ଖଡ଼ିଆଳ ଥାନା ଅନ୍ତର୍ଗତ ବରଗାଁରେ ଅବକାରୀ ବିଭାଗ ଚଢ଼ାଉ କରି ଦୁଇ ମଦ ବ୍ୟବସାୟୀଙ୍କୁ ଗିରଫ କରିଛି। ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ ଯେ, ମଙ୍ଗଳବାର ସାରେ ବରଗାଁ କେନାଲ ଛକଠାରେ ଅବକାରୀ କର୍ମଚାରୀ ଥିବାବେଳେ ସେହି ରାସ୍ତାରେ ଗ୍ରାମର ଦେବେନ୍ଦ୍ର ଶବର (୪୦) ଏକ ବାଇକ ଓ ଆର ୧୭ ଏଚ ୨୬୪୦ରେ ବିଦେଶୀ ମଦ ନେଇ ଯାଉଥିବା ବେଳେ ତାଙ୍କୁ ଅଟକ ରଖାଯାଇଥିଲା। ସେହିପରି ବରଗାଁ ଗ୍ରାମର ସୁବଳ ସରାଫ (୫୫) ଗ୍ରାମରେ ମଦ ବିକ୍ରି କରୁଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ତାଙ୍କ ଠାରୁ ୧୦ ଲିଟର ଭାଟି ମଦ ଜବତ କରିଛି। ଅବକାରୀ ଓ ଆଇସି ଅଲେଖ ପୁଟେଲ, ଏ ଏସ ଆଇ ଆମରନାଥ ବିଶୋଇ, କନେଷ୍ଟବଳ ଗିରେନ୍ଦ୍ର କଟାଙ୍କ ନେତୃତ୍ୱରେ ଚଢ଼ାଉ ହୋଇଛି।

 

Dharitri – Odisha’s No.1 Odia Daily