ଧର୍ମଶାଳାରେ ଜୁନ ୨୫ରେ ଆନ୍ଦୋଳନ: ଗଣବଳାତ୍କାର ବିରୋଧରେ….

ଧର୍ମଶଳା,୨୩।୬(ଶିବ ପ୍ରାସାଦ ମହାନ୍ତି ଧରିତ୍ରୀ): ରାଜ୍ୟରେ ଛାତ୍ରୀମାନଙ୍କୁ ଅସାଦାଚରଣ, ବଳାତ୍କାର, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ଭାଜପା ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଏ ନେଇ ଅଭିଯୋଗ କରି,  ଧର୍ମଶାଳା ବିଜୁ-ଯୁବ ଛାତ୍ର ଜନତା ଦଳ ତରଫରୁ ଆସନ୍ତା ଜୁନ ୨୫ ତାରିଖ ସକାଳ ୧୦ଟା ସମୟରେ ଯାଜପୁର ଜିଲାର ସମସ୍ତ ପ୍ରମୁଖ ମହାବିଦ୍ୟାଳୟ ଓ ସ୍ବୟଂ ଶାସିତ ମହାବିଦ୍ୟାଳୟ ଏବଂ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଧର୍ମଶାଳା ମହାବିଦ୍ୟାଳୟ, ଜାରକା ଓ ମଧୁପୁର ମହାବିଦ୍ୟାଳୟ, କଲଣ ଠାରେ ଆନ୍ଦୋଳନ ଓ ପ୍ରତିବାଦ କରାଯିବା ସହିତ କଳାବ୍ୟାଜ ପରିଧାନ ଓ କଶୁପୁତ୍ତଳିକା ଦାହ କରାଯିବ ବୋଲି କୁହାଯାଇଛି ।
ରାଜ୍ୟରେ ଆଇନ ଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡ଼ୁଛି। ଯୁବତୀମାନଙ୍କୁ ଅସାଦରଚରଣ, ବଳାତ୍କାର, ଅପହରଣ, ହତ୍ୟା ଘଟଣା ପ୍ରତିଦିନ ଘଟୁଥିବା ବେଳେ କିଛିଦିନ ପୂର୍ବେ ଗୋପାଳପୁର ଭଳି ଏକ ପର୍ଯ୍ୟଟନସ୍ଥଳରେ ଜଣେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ତାଙ୍କ ସାମ୍ନାରେ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିଲା ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲା କେନ୍ଦୁଝରରେ ମଧ୍ୟ ଏକ ଦୁଃଖଦ ଘଟଣା ଘଟିଥିଲା। ରାଜ୍ୟରେ ପ୍ରାୟ ପ୍ରତିଦିନ ୧୫ ଜଣ ଯୁବତୀ ଗଣବଳାତ୍କାର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି ଓ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାପାଇଁ ସମ୍ପଣ୍ଣର୍ର୍ ବିଫଳ ହୋଇଛନ୍ତି । ରାଜ୍ୟ ସରକାରଙ୍କୁ ଚେତାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ କରାଯାଉଅଛି। ତେଣୁ ଧର୍ମଶାଳାରେ ଜୁନ ୨୫ରେ ଆନ୍ଦୋଳନ କରାଯିବ ବୋଲି ଧର୍ମଶାଳା ବିଜୁ-ଯୁବ ଛାତ୍ର ଜନତା ଦଳ ତରଫରୁ କୁହାଯାଇଛି।