କଲ୍ୟାଣ ସିଂହପୁର,୨୨।୭ (ଦୀପକ କୁମାର ପରିଡ଼ା): କଂଗ୍ରେସ ଜୁବ ନେତା ଉଦିତ ପ୍ରଧାନ ବଳାତ୍କାର ଅଭିଯୋଗ ଓ ଗିରଫ ଘଟଣାକୁ ନେଇ କଂଗ୍ରେସ ରାଜ୍ୟ ସଭାପତି ଭକ୍ତଦାସ ଓ ରାହୁଲ ଗାନ୍ଧୀଙ୍କର କୁଶପୂତ୍ତଳିକା ଦାହ ହୋଇଛି।
ରାୟଗଡ଼ା ଜଲାକଲ୍ୟାଣସିଂହପୁର ବ୍ଲକ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ କଲ୍ୟାଣସିଂହପୁର ସିବ ମନ୍ଦିରଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା କରି କରିଥିଲେ। ଉଦିତ ପ୍ରଧାନ ନିଶା ଦେଇ ଯୁବତୀଙ୍କୁ ବଳାତ୍କାର କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଭାଜପା ପକ୍ଷରୁ ଭକ୍ତ ଦାସଙ୍କର ଇସ୍ତଫା ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ କଲ୍ୟାଣସିଂହପୁର ଭାଜପାର ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀ , ସିବ ଆଚାରି , କୃଷ୍ଣ ସାମଲ, ନିରଞ୍ଜନ ମହାନନ୍ଦିଆଙ୍କ ସହ କଲ୍ୟାଣସିଂହପୁର ଭାଜପାର ସମସ୍ତ କର୍ମକର୍ତ୍ତା ଉପସ୍ଥିତଥିଲେ ।