ପୁଣି ମାନବିକତା ଦେଖାଇଲେ ଦାରିଙ୍ଗବାଡିବାସୀ: ତିଆରି କରିଲେ ବାଉଁଶ କୋକେଇ ବୋହିନେଲେ …

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): ପୂର୍ବ ଶତ୍ରୁତାଥିଲେ, ଅନେକ ସମୟରେ ଗାଁ କିମ୍ବା ପରିବାର ମଧ୍ୟରେ କାହାର ମୃତ୍ୟୁ ଘଟିଲେ ମୃତଦେହକୁ ଶ୍ମଶାକୁ ନେବା ପାଇଁ କାନ୍ଧ ଦିଅନ୍ତି ନାହିଁ। ମାତ୍ର ଏକ ଭିନ୍ନ ଘଟଣା  ଦେଖିବାକୁ ମିଳିଛି  ଦାରିଙ୍ଗବାଡ଼ିରେ। ଅଜଣା ଅଶୁଣା ଲୋକଙ୍କ ଜୀବନ ଚାଲିଯିବା ପରେ ତାଙ୍କୁ କାନ୍ଧ ଦେବା ପାଇଁ ପହଞ୍ଚିଥିଲେ ଶହଶହ ଲୋକ।
କନ୍ଧମାଳ ଜିଲା ଦାରିଙ୍ଗବାଡି ବସ ଷ୍ଟାଣ୍ଡ ଅଞ୍ଚଳରେ ବିହାର ସମସ୍ତିପୁର ଜିଲାର ମନିପୁର ଗ୍ରାମର ଗୋଟିଏ ପରିବାର ବସଷ୍ଟାଣ୍ଡରେ ଥିବା ବିଶ୍ରାମଗାରରେ ବସବାସ କରୁଥିଲେ। ଦିନରେ ଜୀବନଜୀବିକା ପାଇଁ ବୁଲି ରାତିରେ ସେଠାରେ ରହୁଥିଲେ। ତେବେ ପଙ୍କଜ କର ବୋହୂ
ତଥା ମଙ୍ଗଳ କରଡିଙ୍କ ସ୍ତ୍ରୀ ରୁକସନା କରଡ଼ି ଗତ କିଛି ଦିନ ହେଲା ଜଣ୍ଡିସ ରୋଗରେ ପିଡ଼ିତ ଥିଲେ ବୋଲି ପରିବାର ଲୋକ କହିଛନ୍ତି ।ସେ ଗୁରୁତର ହୋଇଥିବାରୁ ଶନିବାର ରାତିରେ ଏକ ଘରୋଇ ବସ୍‌ରେ ତାଙ୍କୁ ଭୁବନେଶ୍ୱର ଚିକିତ୍ସା ପାଇଁ ପରିବାର ଲୋକେ ନେଉଥିଲେ ତାଙ୍କର ଜି. ଉଦୟଗିରି ଥାନା କଳିଙ୍ଗା ଠାରେ ମୃତ୍ୟୁ ହୋଇଯାଇଥିଲା। ସେଠାରୁ ପୋଲିସ ସହାୟତରେ ଏକ ଅଟୋଯୋଗେ ଦାରିଙ୍ଗବାଡିକୁ ପରିବାର ଲୋକ ଫେରେଇ ଆଣିଥିଲେ । ରବିବାର ଭୋରରେ ମୃତଦେହ ପହଞ୍ଚିବା ଖବର ଚାରିଆଡେ ପ୍ରଚାର ହୋଇଯିବାରୁ ବସଷ୍ଟାଣ୍ଡ ସମେତ ମାହାଡାଗାଣ୍ଡା ସାହି ସମେତ ଆଖପାଖରୁ ଲୋକଙ୍କ ଭିଡ଼ ଜମିବା ସହ ମୃତକଙ୍କ ପରିବାର ଲୋକଙ୍କୁ ସାହସ ଓ ଧର୍ଯ୍ୟ ରଖିବାକୁ ମହିଳା ଓ ପୁରୁଷମାନେ ପରାମର୍ଶ ଦେଇଥିଲେ ପରେ ଗ୍ରାମବାସୀ ବାଉଁଶର କୋକେଇ ପ୍ରସ୍ତୁତ କରି ଗାଁ ମଶାଣିରେ ଶେଷକୃତ୍ୟ କରାଇଥିଲେ।  ପରିବାର ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ହୋଇଥିବାରୁ ଖ୍ରୀଷ୍ଟୀୟ ଧର୍ମନୁସାରେ ସାମୁହିକ ପ୍ରାର୍ଥନା ସହ ରୀତିନୀତି ଅନୁସାରେ ସମାଧି ଦିଆଯାଇଥିବା ଗ୍ରାମର ମହେଶ୍ୱର ପ୍ରଧାନ କହିଛନ୍ତି। ଗ୍ରାମବାସୀଙ୍କ ଏହି ମହାନତା ପାଇଁ ପୁଣି ଦାରିଙ୍ଗବାଡି ଚର୍ଚ୍ଚା ରେ ରହିଛ। ଏହି କାର୍ଯ୍ୟରେ ଲଷ୍ମୀବସ ଚାଳକ ବିଜୟ କୁମାର ମଲିକ ଓରଫ ମନୁ, ମହେଶ୍ୱର ପ୍ରଧାନ,ବୁଲୁ ମଲିକ, ରାଘବ ନାୟକ, ପ୍ରଦୀପ ବଳିୟାର ସିଂ, ତ୍ରିଲୋଚନ ଲିମା, କାଳୀ ନାୟକ, ତରୁଣ ନାୟକ, ଆଶିଷ ନାୟକ, କଣ୍ଟେଶ୍ୱର ପ୍ରଧାନ, ବିଜୟ ନାୟକ, ରଞ୍ଜିତ ପ୍ରଧାନ, ଅମିର ନାୟକଙ୍କ ସମେତ ବହୁ ଲୋକ ଏହି କାର୍ଯ୍ୟରେ ଯୋଗଦାନ କରି ସହଯୋଗ କରିଥିଲେ ବର୍ତ୍ତମାନ ଉକ୍ତ ପରିବାର ଲୋକଙ୍କୁ ଏଠାରୁ ବିହାର ପଠାଇବା ପାଇଁ ଗ୍ରାମବାସୀ ଅର୍ଥ ସଂଗ୍ରହ କରୁଥିବା ଜଣାପଡିଛି ।