ନିଆଳି,୨୪।୮: କଟକ ଜିଲା ନିଆଳି ମହିଧରପଡ଼ା ମେଡିକାଲ ପରିସରରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ମେଡିକାଲ ପରିସରର ଏକ ଗଛ ମୂଳରୁ ଲୋକେ କନ୍ୟାଙ୍କୁ ଉଦ୍ଧାର କରିଛନ୍ତି।ଉଦ୍ଧାର ଶିଶୁ କନ୍ୟା ଚାଇଲ୍ଡ ଲାଇନକୁ ହସ୍ତାନ୍ତର ପରେ ଶିଶୁଭବନ ସ୍ଥାନାନ୍ତର କରାଯାଇଛି। କିଏ ପ୍ରସବ ପରେ ଶିଶୁ କନ୍ୟାଙ୍କୁ ଏପରି ଛାଡ଼ି ଚାଲିଗଲା ତାହା ଅସ୍ପଷ୍ଟ ହୋଇଛି।