Categories: Home Leftଖେଳ

ଟି୨୦ କ୍ରିକେଟ ବିଶ୍ୱକପ ବିଜୟ ପରେ ଦେଶବାସୀଙ୍କୁ ଏଭଳି କହିଲେ: ହାର୍ଦ୍ଦିକ

ବ୍ରିଜଟାଉନ,୩୦ା୬: ବ୍ରିଜଟାଉନ କେନ୍ସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ହରାଇ ଭାରତ ଟି୨୦ କ୍ରିକେଟ ବିଶ୍ୱକପ ବିଜୟ ହୋଇଛି।

ଏହି ଅବସରରେ ପ୍ରତିକ୍ରିୟା ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି, ଏହି ବିଜୟ ବେଶ୍‌ ସ୍ମରଣୀୟ। ଆମେ ପରିଶ୍ରମ କରୁଥିବା ବେଳେ ୧୪୦ କୋଟି ଦେଶବାସୀଙ୍କ ସ୍ବପ୍ନ ପୂରଣ ହୋଇଛି। ଶେଷ ଓଭରରେ ଅତ୍ୟନ୍ତ ଚାପ ରହିଥିଲେ ମଧ୍ୟ ଏଭଳି ପରସ୍ଥିତି ପାଇଁ ଆମେ ନିଜକୁ ପ୍ରସ୍ତୁତ କରିଥାଉ।

ଯଶପ୍ରୀତ୍‌ ବୁମ୍‌ରା ଓ ଅନ୍ୟମାନେ ଅନ୍ତିମ ୫ ଓଭରରେ ଯେଉଁଭଳି ବୋଲିଂ କଲେ ତାହା ପ୍ରଶଂସନୀୟ। ସେହିପରି ଭାରତୀୟ କିମ୍ବଦନ୍ତୀ ରାହୁଲ ଡ୍ରାଭିଡ୍‌ଙ୍କ ପାଇଁ ଏହା ଏକ ଉପଯୁକ୍ତ ବିଦାୟୀ ସମ୍ବର୍ଦ୍ଧନା ବୋଲି କହିଥିଲେ ହାର୍ଦ୍ଦିକ।