ମୁମ୍ବାଇ: କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ଏବଂ ସୋନା କମଷ୍ଟାରର ଅଧ୍ୟକ୍ଷ ସଞ୍ଜୟ କପୁରଙ୍କ ୧୨ ଜୁନ ୨୦୨୫ରେ ଲଣ୍ଡନରେ ହଠାତ ମୃତ୍ୟୁ ହୋଇଥିଲା। ଏହି ଦୁଃଖଦ ଘଟଣା ପରେ, ତାଙ୍କ ମାଆ ରାଣୀ କପୁର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଣୀ କପୁର ସୋନା କମଷ୍ଟାରର ୨୯ତମ ବାର୍ଷିକ ସାଧାରଣ ବୈଠକ (AGM) ସ୍ଥଗିତ ରଖିବାକୁ ଦାବି କରିଛନ୍ତି। ସେ ଏହାର ପୂର୍ବତନ ଅଧ୍ୟକ୍ଷା ଏବଂ କମ୍ପାନୀରେ ତାଙ୍କର ଏକ ବଡ଼ ଅଂଶଧନ ଅଛି।
ET ର ରିପୋର୍ଟ ଅନୁଯାୟୀ, ସେ କହିଥିଲେ ଯେ ତାଙ୍କ ପୁଅ ସଞ୍ଜୟଙ୍କ ମୃତ୍ୟୁ ହଠାତ ଏବଂ ସନ୍ଦେହଜନକ ଥିଲା। ସେ କହିଛନ୍ତି ଯେ ତାଙ୍କୁ ଏପର୍ଯ୍ୟନ୍ତ ଏହି ଘଟଣା ବିଷୟରେ କୌଣସି ସରକାରୀ ସୂଚନା କିମ୍ବା ଡକ୍ୟୁମେଣ୍ଟ ମିଳିନାହିଁ। ରାନୀ ଏହା ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ପୁଅର ମୃତ୍ୟୁ ପରେ, ଆଘାତପ୍ରାପ୍ତ ଅବସ୍ଥାରେ, ତାଙ୍କୁ କିଛି ଡକ୍ୟୁମେଣ୍ଟରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା, ଯାହା ବିଷୟରେ ତାଙ୍କୁ କୌଣସି ସୂଚନା ଦିଆଯାଇ ନଥିଲା। ସେ କହିଛନ୍ତି ଯେ ମୋତେ ସେହି ଡକ୍ୟୁମେଣ୍ଟଗୁଡ଼ିକର ବିଷୟବସ୍ତୁ କୁହାଯାଇ ନଥିଲା ଏବଂ ମୁଁ କ’ଣ ଦସ୍ତଖତ କରିଥିଲି ତାହା ମୁଁ ବୁଝିପାରିଲି ନାହିଁ।
ରାଣୀ କପୁର କମ୍ପାନୀର ବୋର୍ଡରେ ସାମ୍ପ୍ରତିକ ନିଯୁକ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ କିଛି ଲୋକ ନିଜକୁ କମ୍ପାନୀର ସବୁଠାରୁ ବଡ଼ ସେୟାରଧାରୀ ବୋଲି ଦାବି କରୁଛନ୍ତି ଏବଂ ତାଙ୍କ ପରିବାରର ସୱାର୍ଥର ପ୍ରତିନିଧିତ୍ୱ କରୁଥିବା ଦାବି କରୁଛନ୍ତି। ରାଣୀ ଅଭିଯୋଗ କରିଛନ୍ତି ଯେ ଚାପରେ ତାଙ୍କ ଦ୍ୱାରା ସୱାକ୍ଷରିତ ଦଲିଲର ଅପବ୍ୟବହାର କରାଯାଉଛି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମୁଁ କାହାକୁ ବୋର୍ଡରେ ଯୋଗଦେବାକୁ କିମ୍ବା ମୋର ପ୍ରତିନିଧିତ୍ୱ କରିବାକୁ ଅନୁମତି ଦେଇନାହିଁ।
ରାନୀ ସମ୍ପୂର୍ଣ୍ଣ ସୂଚନା ଏବଂ ସୱଚ୍ଛତାର ସହିତ ନିଷ୍ପତ୍ତି ନେବା ପାଇଁ AGMକୁ ଅତି କମରେ ଦୁଇ ସପ୍ତାହ ସ୍ଥଗିତ ରଖିବାକୁ ଦାବି କରିଛନ୍ତି। ତାଙ୍କ ଓକିଲ ବୈଭବ ଗଗ୍ଗର ANIକୁ କହିଛନ୍ତି ଯେ ରାଣୀ ଏବେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି, କିନ୍ତୁ ସେ ଚାହାଁନ୍ତି ଯେ ସମସ୍ତ ନିଷ୍ପତ୍ତି ଚିନ୍ତା କରି ନିଆଯିବ। ରାଣୀ ଚେତାବନୀ ଦେଇଛନ୍ତି ଯେ ଯଦି ତାଙ୍କ କଥାକୁ ଅଣଦେଖା କରାଯାଏ, ତେବେ ସେ ଏହାକୁ କମ୍ପାନୀ ଏବଂ ପରିବାର ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ବୋଲି ବିବେଚନା କରିବେ।