ଗଞ୍ଜାମ ନଗର ସଭାପତି ପରେ ଛାତ୍ର-ଯୁବ ସଭାପତିଙ୍କ ଉପରେ ସମସ୍ତଙ୍କ ନଜର, ଲବିରେ ମନୋଜ ପ୍ରଧାନ

ଗଞ୍ଜାମ,୧୯।୨(ବିଦ୍ୟାଧର ସାହୁ): ବିଜୁ ଜନତା ଦଳର ଗଞ୍ଜାମ ଏନ୍‌ଏସି ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କ ନାଁ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।ସୁଧୀର ପୂର୍ବରୁ ଏନ୍‌ଏସି ଯୁବ ସଭାପତି ଥିଲେ। ଏହାପରେ ଏବେ ଯୁବ ଓ ଛାତ୍ର ସଭାପତିଙ୍କ ଉପରେ ସମସ୍ତଙ୍କ ନଜର ରହିଛି l ଦଳ କାହାକୁ ଗୁରୁ ଦାୟିତ୍ୱ ଦେଉଛି ତାହାକୁ ନେଇ କର୍ମୀଙ୍କ ମଧ୍ୟରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ଛାତ୍ର ସଭାପତି ପାଇଁ ଗଞ୍ଜାମ ସହରର ଛାତ୍ର ସଂଗଠନକାରୀ ମନୋଜ ପ୍ରଧାନଙ୍କ ନାଁ ଆଗରେ ଥିବା କୁହାଯାଉଛି l ବିଜୁ ଜନତା ଦଳରେ ମନୋଜଙ୍କ ଦବ୍‌ଦବା ଏବେବି ରହିଛି। ଯୁବ ସଭାପତି ପଦବୀ ଲବିରେ ଏନେକ ଯୁବକ ଥିଲେ ମଧ୍ୟ ନିରଞ୍ଜନ ପରିଡା (ନିର ଭାଇ)ଙ୍କ ନାଁ ଆଗରେ ଥିବା ଆଲୋଚନା ହେଉଛି । ତତ୍‌ସହ ନୀଳାଞ୍ଚଳ ବାରିକି, ରଙ୍କ ପଲାଇଙ୍କ ନାଁ ମଧ୍ୟ ଯୁବ ସଭାପତି ତାଲିକାରେ ଥିବା ରହିଛନ୍ତି। ହେଲେ ଦଳର ସୁପ୍ରିମୋ କାହାକୁ ଭରସା କରିବେ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।

Dharitri – Odisha’s No.1 Odia Daily

Share