ଏଏପି ବିଧାୟକଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୧୦।୫: ସାହିନବାଗର ବେଆଇନ ନିର୍ମାଣ ଉଚ୍ଛେଦ ଅଭିଯାନର ଦିନକ ପରେ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ଫ୍ରେଣ୍ଡ୍ସ କଲୋନି ଏବଂ ମଙ୍ଗୋଲପୁରିରେ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ଏହି ଉଚ୍ଛେଦ ଅଭିଯାନ ।

ଅନ୍ୟପକ୍ଷେ ଉଚ୍ଛେଦ ଅଭିଯାନକୁ ଏଏପି ବିଧାୟକ ମୁକେଶ ଅହଲୱାତ ବିରୋଧ କରିଛନ୍ତି। ଉଚ୍ଛେଦ ପ୍ରକ୍ରିୟାରେ ବାଧା ଉପୁଜାଉଥିବା ଅଭିଯୋଗରେ ପୋଲିସ ତାଙ୍କୁ ଉଠାଇ ନେଇଛି। ବର୍ତ୍ତମାନ ଉଚ୍ଛେଦ କାର୍ଯ୍ୟ ଶାନ୍ତିପୂର୍ଣ୍ଣ ଭାବେ ଚାଲିବା ସହ ଜନସାଧାରଣ ସହଯୋଗ କରୁଥିବା ଦିଲ୍ଲୀ ଡିସିପି ସମୀର ଶର୍ମା କହିଛନ୍ତି।

ସୂଚନାଯୋଗ୍ୟ, ସୋମବାର ସାହିନବାଗରରେ ଉଚ୍ଛେଦ ଅଭିଯାନ ବେଳେ ଶତାଧିକ ଲୋକ ଏକତ୍ରିତ ହୋଇ ରାସ୍ତା ଉପରକୁ ଆସି ବିରୋଧ କରିଥିଲେ। ଏପରିକି ଜଣେ ମହିଳା ବିକ୍ଷୋଭକାରୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ ବୁଲ୍‌ଡୋଜର ଉପରେ ଚଢ଼ିଯାଇଥିବା ଦେଖିବାକୁ ମିଳିଥିଲା।