ରୁଷିଆ ଆକ୍ରମଣ ପରେ ୟୁକ୍ରେନରୁ ଶସ୍ୟ ରତ୍ପାନୀ ଆରମ୍ଭ

ଓଡେସା,୩୦।୭: ରୁଷିଆ-ୟୁକ୍ରେନ ମଧ୍ୟରେ ଶସ୍ୟ ଚୁକ୍ତି ହେବା ପରେ ଓଡେସାରୁ ୟୁକ୍ରେନକୁ ଶସ୍ୟ ରପ୍ତାନି ଆରମ୍ଭ ହୋଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଓଡେସା ସ୍ଥିତ କଳାସାଗରରେ ପହଞ୍ଚି ଶସ୍ୟ ରପ୍ତାନି ବ୍ୟବସ୍ଥା ନିଜେ ଯାଞ୍ଚ କରିଛନ୍ତି। ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ପ୍ରଥମ ଥର ପାଇଁ ଓଡେସାରୁ ଶସ୍ୟ ରପ୍ତାନି ଆରମ୍ଭ ହୋଇଛି। ତୁର୍କୀ ଏବଂ ମିଳିତ ଜାତିସଂଘ ଦ୍ୱାରା ମଧ୍ୟସ୍ଥତାରେ ହୋଇଥିବା ଏହି ଚୁକ୍ତି ଫଳରେ ୟୁକ୍ରେନରୁ ଶସ୍ୟ ରପ୍ତାନି ଆରମ୍ଭ ଦ୍ୱାରା ବିଶ୍ୱବାସୀଙ୍କୁ ଆଶ୍ୱସ୍ତି ମିଳିଛି। ସୂଚନାଯୋଗ୍ୟ, ୟୁକ୍ରେନ ଗହମ, ବାର୍ଲି, ମକା ଏବଂ ସୂର୍ଯ୍ୟମୁଖୀ ତେଲର ଉତ୍ପାଦନରେ ପ୍ରମୁଖ ଭୂମିକା ନେଇଥିବା ବେଳେ ୟୁକ୍ରେନ-ରୁଷିଆ ଯୁଦ୍ଧ ଫଳରେ ଏହି ରତ୍ପାନୀ ପ୍ରାୟ ବନ୍ଦ ହୋଇଯାଇଥିଲା। ଫଳରେ ଏହି ସବୁ ଶସ୍ୟର ଦରବୃଦ୍ଧି ହେବା ସହ ବିଶ୍ୱରେ ଅନାହାର ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି।