ଦୁବାଇ,୧୭।୯: ପାକିସ୍ତାନ କ୍ରିକେଟ ଦଳ ଏସିଆ କପ୍ ୨୦୨୫ରେ ଯୁଏଇ ବିପକ୍ଷ ଶେଷ ଗ୍ରୁପ୍ ମ୍ୟାଚ ବଏକଟ କରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନର ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ମ୍ୟାଚ ରେଫେରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ନେଇ ଉପୁଜିଥିବା ହାତ ମିଳାଇବା ବିବାଦ ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏହି ନିଷ୍ପତ୍ତି ନେଇଛି।
ପିସିବି ଦଳକୁ ହୋଟେଲରେ ରହିବାକୁ ଓ ମ୍ୟାଚ ଭେନ୍ୟୁକୁ ନଯିବାକୁ ନିର୍ଦ୍ଦେଶ ଦେଇଛି। ଖେଳାଳିମାନଙ୍କୁ ନିଜ ରୁମ୍ରେ ରହିବାକୁ କୁହାଯାଇଛି। ମ୍ୟାଚ ଭାରତୀୟ ସମୟ ରାତି ୮ଟା (ସ୍ଥାନୀୟ ସମୟ ସନ୍ଧ୍ୟା ୬ଟା)ରେ ଆରମ୍ଭ ହେବାର ଥିଲା। UAE ଦଳ ଷ୍ଟାଡିୟମ ଅଭିମୁଖେ ଯାଇଥିବା ବେଳେ ପାକିସ୍ତାନ ଦଳ ହୋଟେଲରେ ରହିଛି।
ପାଇକ୍ରଫ୍ଟଙ୍କୁ ମ୍ୟାଚ ରେଫେରୀ ଦାୟିତ୍ୱରୁ ହଟାଇବା ପାଇଁ ପିସିବିର ଦାବି ଆଇସିସି ପ୍ରତ୍ୟାଖ୍ୟାନ କରିବା ପରେ ଏହି ବୟକଟ ନିଷ୍ପତ୍ତି ନିଆଯାଇଛି। ଏସିଆ କପ୍ ୨୦୨୫ ଉପରେ ଏହା ଅନିଶ୍ଚିତତା ସୃଷ୍ଟି କରିଛି। ପିସିବି କିମ୍ବା ଆଇସିସି ପକ୍ଷରୁ ମ୍ୟାଚର ସ୍ଥିତି କିମ୍ବା ପରିଣାମ ସମ୍ପର୍କରେ କୌଣସି ଆନୁଷ୍ଠାନିକ ବିବୃତି ଏପର୍ଯ୍ୟନ୍ତ ଜାରି ହୋଇନାହିଁ।