ବାଲେଶ୍ବର, ୨୮।୨( ବାଞ୍ଛାନିଧି ଦେ) : ବାଲେଶ୍ୱର ସହଦେବଖୁଣ୍ଟା ଥାନାରେ ବର କନିଆ ଅଟକ ରହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜବରଦସ୍ତି ବିବାହ ପରେ ଥାନାରେ ବର କନିଆ । ଏହି ଥାନା ଅନ୍ତର୍ଗତ ତେଲେଙ୍ଗାସାହି ଅଞ୍ଚଳର ଜଣେ ଯୁବକ ବାଲିଆ ଅଞ୍ଚଳର କନ୍ୟାଙ୍କୁ ଶୁକ୍ରବାର ସ୍ଥାନୀୟ ତାରିଣୀ ମନ୍ଦିରରେ ବିବାହ କରିଥିଲେ। ଉଭୟ କଥା ହେଉଥିବାବେଳେ ଜବରଦସ୍ତି ବିବାହ ହୋଇଥିଲା। କନ୍ୟା ଜଣଙ୍କ ନାବାଳିକା ସନ୍ଦେହରେ ଗାଁ ଲୋକେ ଉଭୟଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ l ପୋଲିସ ବର କନ୍ୟାଙ୍କୁ ଥାନାକୁ ଆଣି ତଦନ୍ତ ଜାରିରଖିଛି । ଅପରପକ୍ଷରେ ବର ଥାନାରେ ଅଟକ ରହିଥିବାବେଳେ ରାତିରେ କନ୍ୟାଙ୍କୁ ସିଡବ୍ଲୁସି ହେପାଜତରେ ଛଡ଼ାଯାଇଛି । ବୟସ ପ୍ରମାଣପତ୍ର ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।