୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ ପକାଇ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛନ୍ତି। ଚାଇନା ନାଗରିକଙ୍କ ପାଇଁ ପର୍ଯ୍ୟଟନ ଭିସା ପୁନଃଆରମ୍ଭ ହେବା ପରେ, ଭାରତରେ ଚାଇନା ଦୂତାବାସ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ଭାରତରେ ଚାଇନା ଦୂତାବାସ ଜୁ ଫେଇହୋଙ୍ଗ ସୋମବାର ଘୋଷଣା କରିଛନ୍ତି ଯେ ଭାରତରେ ଚାଇନା ଦୂତାବାସ ଏହି ମାସରେ ଏକ ଅନଲାଇନ ଭିସା ବ୍ୟବସ୍ଥା ଆରମ୍ଭ କରୁଛି।

ଏହି ଅନଲାଇନ ଭିସା ଆବେଦନ ବ୍ୟବସ୍ଥା ନୂତନ ବର୍ଷ ପୂର୍ବରୁ ଡିସେମ୍ବର ୨୨ ତାରିଖରେ ଆନୁଷ୍ଠାନିକ ଭାବରେ ଆରମ୍ଭ ହେବ। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ରାଷ୍ଟ୍ରଦୂତ କହିଛନ୍ତି ଯେ ଆବେଦନକାରୀମାନଙ୍କୁ ଏକ ଅନଲାଇନ ଫର୍ମ ପୂରଣ କରିବାକୁ ପଡିବ ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ କରିବାକୁ ପଡିବ।

 

Dharitri – The Largest & Most Trusted Odia Daily