ବାସଦେବପୁର,୨୮।୮(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଚୂଡ଼ାମଣି ଗ୍ରାମର ୪ ଜଣ ମତ୍ସ୍ୟଜୀବି ଗତ ୨୧ ତାରିଖ ଦିନ ସମୁଦ୍ରକୁ ମାଛ ଧରିବାକୁ ଯାଇ ଫେରି ନ ଥିଲେ। ଗତ କାଲି ରାତିରେ ମାଛ ପେଟି ସାହାଯ୍ୟରେ ପହଁରି କଷିଆ ସୁନାମୁହିଁ ବନି ଜଙ୍ଗଲଠାରେ ପହଞ୍ଚିଥିଲେ, ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ମତ୍ସ୍ୟଜୀବିମାନେ ଡଙ୍ଗା ଭାଙ୍ଗିଯିବାରୁ ଡଙ୍ଗାରେ ଥିବା ମାଛ ପେଟି ସାହାଯ୍ୟରେ ଭାସି କୂଳକୁ ଆସିଥିବା କହିଛନ୍ତି।