Categories: Home Leftକଟକ

ଗାଧୋଇବା ବେଳେ ଭାସିଯାଇଥିଲେ, ୪୮ ଘଣ୍ଟା ପରେ ମିଳିଲା…

କଟକ ସଦର,୧୪।୧୦(ସୁଶାନ୍ତ କୁମାର ଜେନା): ୪୨ ମୌଜା ଥାନା ଅନ୍ତର୍ଗତ ବସନ୍ତ କୁଣ୍ଡଳ ଗ୍ରାମର ସାଇ ଶୁଭମ ବାରିକ (୧୪)ରବିବାର ଗାଧୋଇବା ବେଳେ ସିଦୁଆ ନଦୀରେ ଭାସି ଯାଇଥିଲେ। ୪୮ ଘଣ୍ଟା ପରେ ତାଙ୍କର ଗଳିତ ମୃତଦେହ ଜଗତସିଂହପୁର ଜିଲା ମାଛଗାଁ ନିକଟ ଦେବୀ ନଦୀରୁ ଉଦ୍ଧାର କରାଯାଇଛି। ଖବରପାଇ ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ମୃତଦେହକୁ ଚିହ୍ନଟ କରିଥିଲେ। ରବିବାର ଅନ୍ୟଜଣେ ବାଳକ ଗୁରୁପ୍ରସାଦ ନାୟକ (୧୪) ମଧ୍ୟ ପାଣିରେ ଭାସି ଯାଇଥିଲେ। କିଛି ଘଣ୍ଟା ପରେ ତାଙ୍କର ମୃତଦେହକୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଥିଲେ। ହେଲେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା।

 

Dharitri – The Largest & Most Trusted Odia Daily