ନୂଆଦିଲ୍ଲୀ,୨୯।୮: ଭାରତୀୟ ଭେଟେରାନ ବୋଲର ହରଭଜନ ସିଂହଙ୍କୁ ଆଜି ମଧ୍ୟ ୨୦୦୮ ଆଇପିଏଲ୍ ମ୍ୟାଚ୍ରେ ସାଥୀ ଖେଳାଳି ଏସ୍. ଶ୍ରୀସନ୍ତଙ୍କୁ ଚାପୁଡ଼ା ମାରିବାର ଘଟଣା ପାଇଁ ଅନୁତାପ ପ୍ରକାଶ କରନ୍ତି। ଅନେକ ସାକ୍ଷାତକାରରେ ସେ କହିଛନ୍ତି ଯେ ଯଦି ତାଙ୍କୁ ଅତୀତକୁ ଫେରି କିଛି ବଦଳାଇବାର ସୁଯୋଗ ମିଳେ, ତେବେ ସେ ଏହି ଘଟଣାକୁ ବଦଳାଇବାକୁ ଚାହିଁବେ। କିନ୍ତୁ ୧୮ ବର୍ଷ ପରେ ମଧ୍ୟ ଏହି ଘଟଣା ତାଙ୍କ ପିଛା ଛାଡୁନାହିଁ। ନିକଟରେ ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ହରଭଜନ ସାଙ୍ଗ ଖେଳାଳି ଏସ୍. ଶ୍ରୀସନ୍ତଙ୍କୁ ଚାପୁଡ଼ା ମାରୁଥିବା ଦେଖାଯାଉଛି।
୨୦୦୮ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ହୋଇଥିବା ଏକ ମ୍ୟାଚ୍ରେ ହରଭଜନ କ୍ରୋଧରେ ଶ୍ରୀସାନ୍ତଙ୍କୁ ଚାପୁଡ଼ା ମାରିଥିଲେ। ଏହାର ପରିଣାମ ସ୍ବରୂପ ତାଙ୍କୁ ୧୧ ମ୍ୟାଚ୍ରେ ନିଷେଧାଦେଶର ସମ୍ମୁଖୀନ ହେବାକୁ ପଡ଼ିଥିଲା। ନିକଟରେ ଅଶ୍ୱିନଙ୍କ ସହ ଆଲୋଚନା ସମୟରେ ହରଭଜନ ନିଜର ଭୁଲ ସ୍ବୀକାର କରି କହିଥିଲେ ଯେ ଯଦି ତାଙ୍କୁ ସୁଯୋଗ ମିଳେ, ତେବେ ସେ ନିଜ କ୍ୟାରିଅରରୁ ଏହି ଦାଗକୁ ହଟାଇବାକୁ ଚାହିଁବେ।
୧୮ ବର୍ଷ ପରେ ପୂର୍ବତନ ଆଇପିଏଲ୍ ଚେୟାରମ୍ୟାନ ଲଲିତ ମୋଦି ଏହି ଭିଡିଓକୁ ରିଲିଜ କରିଛନ୍ତି। ସେ ଏହାକୁ Beyond୨୩ Cricket Podcastରେ ମାଇକେଲ କ୍ଲାର୍କଙ୍କ ସହ ପ୍ରକାଶ କରିଛନ୍ତି। ଏହାପରେ ଭିଡିଓଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓରେ ଚାପୁଡ଼ା ଖାଇବା ପରେ ଶ୍ରୀସନ୍ତ କାନ୍ଦୁଥିବା ଦେଖାଯାଉଛନ୍ତି। ଏହି ଘଟଣା ହରଭଜନଙ୍କ କ୍ୟାରିଅରରେ ଏକ ବିବାଦୀୟ ମୁହୂର୍ତ୍ତ ଭାବେ ରହିଛି ଏବଂ ଏହାର ଭିଡିଓ ଏବେ ପୁଣି ଥରେ ଚର୍ଚ୍ଚାରେ ଆସିଛି।