ମଧ୍ୟପ୍ରଦେଶରେ ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁ: ୨ ସପ୍ତାହରେ ମଲେଣି ୨ ହଜାର ଘୁଷୁରି

ଭୋପାଳ, ୨୯।୮: ଆସାମ ଏବଂ ନାଗାଲାଣ୍ଡ ଦେଇ ମଧ୍ୟପ୍ରଦେଶର ରେୱା ସହରରେ ପହଞ୍ଚିଥିବା ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁ(ଏଏସ୍‌ଏଫ୍‌) ଆତଙ୍କ ଦେଖାଦେଇଛି। ଗତ ଦୁଇ ସପ୍ତାହ ତଥା ୧୩ ଦିନ ମଧ୍ୟରେ ରଓ୍ବୋ ସହରରେ ୨ ହଜାରରୁ ଊର୍ଦ୍ଧ୍ୱ ଘୁଷୁରିଙ୍କ ମୃତ୍ୟୁ ଘଟିଛି ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି।

ଏନେଇ ରାଜ୍ୟରେ ଘୁଷୁରି ଏବଂ ଏହାର ମାଂସ ବିକ୍ରି ଉପରେ ଜିଲାପାଳ ମନୋଜ ପୁଷ୍ପ କଟକଣା ଲାଗୁକରି ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏପରିକି ଝାଡ଼ଖଣ୍ଡରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଜୁଲାଇ ୨୭ରୁ ବର୍ତ୍ତମାନ ସୁଦ୍ଧା ୮୦୦ ଘୁଷୁରିଙ୍କ ମୃତ୍ୟୁ ହୋଇସାରିଛି। ୨୦୨୦ ଫେବୃୟାରୀରେ ଆସାମରେ ପ୍ରଥମ ଥର ପାଇଁ ଏଏସ୍‌ଏଫ୍‌ ଆକ୍ରାନ୍ତ ଘୁଷୁରି ଚିହ୍ନଟ ହୋଇଥିଲା। ଏହି ରୋଗ ଭୂତାଣୁ ଦ୍ୱାରା ବ୍ୟାପିଥିଲେ ହେଁ ଘୁଷୁରିଙ୍କଠୁ ମଣିଷ ସଂକ୍ରମିତ ହେବା ନେଇ କୌଣସି ଭୟ ନ ଥିବା ପଶୁପାଳକ ବିଭାଗ ନିର୍ଦ୍ଦେଶକ ଶଶୀ ପ୍ରକାଶ ଝା କହିଛନ୍ତି। ସଂକ୍ରମଣ ରୋକିବା ଓ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ଯୋଗାଯିବା ପାଇଁ ରାଜ୍ୟରେ ଏକ ଗାଇଡ୍‌ଲାଇନ୍‌ ସହ ଏକ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି।

Share